ଦୁର୍ନୀତି ନିବାରଣ ସତର୍କତା କାର୍ଯ୍ୟକ୍ରମ ଆୟୋଜିତ

ଜଗତସିଂହପୁର,୩୦/୧୦/୨୦୨୫(ଓଡ଼ିଶା ସମାଚାର)-ତା୨୭.୧୦.୨୦୨୫ରିଖ ଠାରୁ ୦୨.୧୧.୨୦୨୫ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର  ବ୍ଲକ ର ଖଇରଙ୍ଗ ଗ୍ରାମ ପଞ୍ଚାୟତ ରେ ଦୁର୍ନୀତି ନିବାରଣ ସତର୍କତା ସଭା   ରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଅଧ୍ୟକ୍ଷତା କରି ବିଡ଼ିଓ ଆଶୁତୋଷ ମିଶ୍ର ଙ୍କ  ଉପସ୍ଥିତ ସମସ୍ତଙ୍କୁ ନିଜ ଆଚରଣ ରେ ସାଧୁତା,ସଚ୍ଚୋଟତା ଆଣିବା ପାଇଁ ପରାମର୍ଶ ଦେଇଥିଲେ।

ସଭାରେ ଉପସ୍ଥିତ ରହି ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ଶ୍ରୀମତୀ ଅନୁପମା ସାହୁ ଆଚରଣ ରେ ସଚ୍ଚୋଟତା ଓ ସାଧୁତା ହିଁ ପ୍ରଶାସନିକ ବ୍ୟବସ୍ଥା ରେ ସ୍ୱଚ୍ଛତା ଆଣିପାରିବ ବୋଲି କହିଥିଲେ।ଏହି ସଭାରେ ଖଇରଙ୍ଗ  ସରପଞ୍ଚ ଲିପକ୍ କୁମାର ସାହୁ,ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସିଦ୍ଧାର୍ଥ କୁମାର ରାଉତ, ପି ଇ ଓ ଶୁଭଶ୍ରୀ ରାଉତ ଙ୍କ ସମେତ ଗ୍ରାମବାସୀ   ଉପସ୍ଥିତ ରହି ଦୁର୍ନୀତି ନିବାରଣ ବିଷୟ ରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *