କଟକ ସଦର,୧୬/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କାଲି ବିଜେଡିରୁ ଇସ୍ତଫା ଦେଇଥିବା ରମଜାନ ଖାନ୍ ଆଜି କଂଗ୍ରେସରେ ଯୋଗ ଦେଇଥିବା ଜଣାପଡିଛି। ପ୍ରକାଶ ଯେ ବିଜେଡ଼ି ପୂର୍ବ ନୀତି ଆଦର୍ଶରୁ ଦୁରେଇ ରହିବା ଏଵଂ ଏବେ ଦଳର ସାଂଗଠନିକ ଦାୟିତ୍ୱରେ ଥିବା ନେତା ମାନେ ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ଅଣଦେଖା କରିବା ଅଭିଯୋଗ କରି ପୂର୍ବତନ କର୍ପୋରେଟର ରମଜାନ ଖାନ୍ ଗତକାଲି ମଙ୍ଗଳବାର ଦିନ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । 
ଆଜି ବୁଧବାର ଦିନ ଭୁବନେଶ୍ଵର କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତରେ ବହୁ ସମର୍ଥକଙ୍କୁ ନେଇ ମୂଳ ରାଜନୈତିକ କଂଗ୍ରେସ ଘରକୁ ଫେରିଛନ୍ତି। ରମଜାନ ୨୦୧୪ ରେ କଂଗ୍ରେସ ଛାଡି ବିଜେଡିରେ ମିଶିଵା ପରେ ବିଜେଡ଼ି ଟିକେଟରେ କର୍ପୋରେଟର ଭାବେ ବିଜୟୀ ହୋଇଥିଲେ। ରମଜାନ ଙ୍କୁ କଟକ ନଗର କଂଗ୍ରେସର ଏକ ପ୍ରମୁଖ ସାଙ୍ଗଠନିକ ଦାୟିତ୍ଵ ମିଳି ପାରେ ବୋଲି ଚର୍ଚ୍ଚା ହେଉଛି।
