ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଯାଜପୁରରେ ‘ଏକତା ପଦଯାତ୍ରା-୨୦୨୬’ ଅନୁଷ୍ଠିତ

ଯାଜପୁର,୩୧/୧୦/୨୦୨୬(ଓଡ଼ିଶା ସମାଚାର)-ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ଯାଜପୁରଠାରେ ‘ଏକତା ପଦଯାତ୍ରା-୨୦୨୬’ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆୟୋଜିତ ଏହି ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ ଓ ଯାଜପୁର ଟାଉନ ଥାନାର ଆଇଆଇସି ଶିବ ଚରଣ ବେହେରାଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଯୋଗଦେଇଥିଲେ।

ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଯାଜପୁର ଟାଉନ ଥାନା ପର୍ଯ୍ୟନ୍ତ ଯାଇଥିଲା। ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସ୍କାଉଟ୍ ଓ ଗାଇଡ୍‌ସ୍‌ ଏହି ପଦଯାତ୍ରାରେ ଉତ୍ସାହର ସହ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ଭାଇଚାରାର ବାର୍ତ୍ତା ପ୍ରଚାର କରିଥିଲେ। ଏଥିସହ ନିଶାମୁକ୍ତ ଭାରତ ଅଭିଯାନର ବାର୍ତ୍ତା ପ୍ରସାର କରିବା ସହ ସମାଜକୁ ନିଶାମୁକ୍ତ କରିବା ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରିବା ସହ ଦେଶର ଏକତା, ସଂହତି ଓ ସାମାଜିକ ସଦ୍‌ଭାବନାକୁ ସୁଦୃଢ଼ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

-0-

ଅଭିନାଶ ସାଗର,ଉପ-ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *