ଯାଜପୁର, ୦୭/୦୪/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ସହରସ୍ଥିତ ମହାବୀର ଛକ ନିକଟସ୍ଥ ସୀତାରାମ ନିବାସରେ ଭାଗବତ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହା ଶ୍ରୀଚୈତନ୍ୟ ସେବା ସଂସଦର ପ୍ରମୁଖ ସଦସ୍ୟ ଅବସରପ୍ରାପ୍ତ ଜିଲା ଜଜ୍ ରାଧାଶ୍ୟାମ ମିଶ୍ରଙ୍କ ପୃଷ୍ଠପୋଷକତା ଓ ପ୍ରଭୁପାଦ ଗୋସ୍ୱାମୀ ଶ୍ରୀ ଗୋପାଳ ଚରଣ ଦାସ ଭକ୍ତିଭୂଷଣ ମହାରାଜଙ୍କ ପୌରହିତ୍ୟରେ ଆଧ୍ୟାତ୍ମିକ ପରିବେଶରେ ସମ୍ପାଦିତ ହୋଇଯାଇଛି । ସ୍ଥାନୀୟ ସତ୍ସଙ୍ଗ ପ୍ରେମୀମାନଙ୍କର ଉପସ୍ଥିତି ଓ ପ୍ରଶ୍ନୋତର କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ସଫଳତା ଲାଭ କରିପାରିଥିଲା । ଭାଗବତ୍ ସତ୍ସଙ୍ଗ ଦ୍ୱାରା ସମାଜରେ ଭାଗବତ୍ ପରିବେଶ ସୃଷ୍ଟି ହେବାର ସମ୍ଭାବନା ଯଥେଷ୍ଟ ରହିଥିବା ଓ ଭକ୍ତି ବା ସେବାମୁଳକ ଜ୍ଞାନ ଅନୁଶୀଳନରେ ବ୍ୟକ୍ତି, ପରିବାର ତଥା ସମାଜ ଜୀବନର ସରସତା ଲକ୍ଷ୍ୟରେ ଉପନିତ ହୋଇପାରେ, କେବଳ ଜ୍ଞାନକୁ ଆମେ ବିଜ୍ଞାନ ଆଖ୍ୟା ଦେଇଥିବାରୁ ଏକ ସାମାଜିକ ବିଭ୍ରାନ୍ତ ଘଟୁଛି ବୋଲି ଭକ୍ତିଭୂଷଣ ମହାରାଜ ନିଜର ଅଭିମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ମିଶ୍ର, ଇଂ. ଗତିକୃଷ୍ଣ ମିଶ୍ର, ଇ. ପାର୍ଥବୀ ମିଶ୍ର, ଡା. ପଲ୍ଲବୀ ମିଶ୍ର, ଆଇନଜୀବୀ ଅବିନାଶ ମିଶ୍ର, ଅନୁପମା ମିଶ୍ର, ରାଜଲକ୍ଷ୍ମୀ ମିଶ୍ର, ଇଂ. ରଞ୍ଜନ କୁମାର ସାମଲ, ଶ୍ରୀ ଚୈତନ୍ୟ ପରମ୍ପରାରେ ପରିଚିତ ପରମ ବୈଷ୍ଣବ ଅଧିକାରୀ ନବକିଶୋର ଦାସ, ରାମ ଚନ୍ଦ୍ର ମଲ୍ଲିକ, ଗୁରୁପ୍ରସାଦ ସାହୁ ପ୍ରମୁଖ ସାଧନାମଳକ ଦିନଚର୍ଯ୍ୟାରେ ବ୍ରତିଥିବା ବହୁମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସମାବେଶ ହୋଇଥିଲା ।