ଚୌଦ୍ୱାର ପୌରପାଳିକା: ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରତିନିଧି ହେଲେ ଭରତ ଚନ୍ଦ୍ର ସାହୁ 

କଟକ ସଦର,୦୫/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚୌଦ୍ୱାର -କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୌଦ୍ୱାର ପୌରପାଳିକା ପାଇଁ ବିଧାୟକ ସୌଭିକ ବିଶ୍ବାଳ ତାଙ୍କର ପ୍ରତିନିଧି ଭାବେ ଭରତ ଚନ୍ଦ୍ର ସାହୁଙ୍କୁ ମନୋନୀତ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକ ସୌଭିକ ବିଜେଡ଼ି ରୁ ନିଲମ୍ବିତ ହେଵା ପରେ ତାଙ୍କୁ ସମର୍ଥନ ନଦେବାରୁ ତାଙ୍କ ଦ୍ଵାରା ମନୋନୀତ ପ୍ରତିନିଧି ଥିବା ବରିଷ୍ଠ ବିଜେଡି ନେତା ତଥା  ପୌରପାଳିକା ର ପୂର୍ବତନ ଅଧ୍ୟକ୍ଷ ପ୍ରେମ ଚାନ୍ଦ ନାୟକ ଙ୍କୁ ପ୍ରତିନିଧି ରୁ କାଢ଼ି ବାପା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କୁ ପ୍ରତିନିଧି କରିଥିଲେ। ହେଲେ ବାପାଙ୍କୁ ପ୍ରତିନିଧି କରିବାର ଗୋଟିଏ ଦିନ ପରେ ତାଙ୍କୁ ପ୍ରତ୍ୟାହାର କରିନେଇ ସୌଭିକ ଚର୍ଚ୍ଚା କୁ ଆସିଥିଲେ। ସେହିପରି ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର ପ୍ରେମଚାନ୍ଦ ଙ୍କୁ ତାଙ୍କର ମନୋନୀତ ପ୍ରତିନିଧି କରିଥିବାକୁ ନେଇ ବିବାଦ ଉପୁଜିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *