ଯାଜପୁର, ୨୩/୦୫/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ବରୀ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ଙ୍କ ହାତ ମୁଠା କୁ ଟାଣ କରିବା ଓ ତାଙ୍କୁ ଅଧିକ ଭୋଟ ବ୍ୟବଧାନ ରେ ବିଜୟୀ କରିବାର ଲକ୍ଷ ରଖି ବାଇଁଶିରିଆ ପଂଚାୟତ ସମିତି ସଭ୍ୟା ରଶ୍ମିତା ଜେନା ଓ ଯୁବ ସଂଗଠକ ଲକ୍ଷ୍ମଣ କୁମାର ସାହୁ , ଜନ୍ମେଜୟ ତ୍ରିପାଠୀ ଙ୍କ ନେତୃତ୍ୱରେ ପଂଚାୟତ ର ସମସ୍ତ ୱାର୍ଡ ର ଘର ଘର ବୁଲି ପ୍ରଚାର କରାଯିବା ସହ ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ ସମସ୍ତ ଜନସାଧାରଣ ଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ ମଲ୍ଲିକ , ଦେବିପ୍ରସାଦ ପଣ୍ଡା , ଚନ୍ଦ୍ରଭାନୁ ପଣ୍ଡା , ଦେବବ୍ରତ ପରିଡ଼ା , ସରୋଜ ସାହୁ ,ଧନଞ୍ଜୟ ମହାନ୍ତି ଙ୍କ ସହ ଶତାଧିକ କର୍ମୀ ସହଯୋଗ କରି ନିର୍ବାଚନୀ ପ୍ରଚାର କୁ ସରଗରମ କରୁଛନ୍ତି । ସୂଚନା ଅନୁଯାୟୀ ଏହି ଟିମ୍ ବାଇଂଶିରିଆ ପଂଚାୟତ ରେ ସର୍ବାଧିକ ଲିଡ୍ ଦେବା ପାଇଁ ଉଦ୍ୟମ ଜାରି ରଖିଥିବା ଟିମ୍ ଲିଡର ଜନ୍ମେଜୟ ତ୍ରିପାଠୀ କହିଛନ୍ତି ।