ପାରାଵିଲ ର ପ୍ରସିଦ୍ଧ ଗଜଲକ୍ଷ୍ମୀ ଭସାଣି ଶାନ୍ତି ଶୃଙ୍ଖଳାର ସହ ସମାପନ 

କଟକ ସଦର, ୩୧/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପାରାଵିଲ ର ପ୍ରସିଦ୍ଧ ଗଜଲକ୍ଷ୍ମୀ ଭସାଣି ଯାତ୍ରା ଆଜି ଶନିବାର ଦିନ ମହାସମାରୋହରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି। ୯ ଗୋଟି ମେଢ଼ ସେମାନଙ୍କ ପୂଜା ମଣ୍ଡପରୁ ବିରାଟ ଶୋଭାଯାତ୍ରାରେ ସାହି ପରିକ୍ରମା କରିବା ପରେ ଯାତ୍ରା ପଡି଼ଆରେ ଏକତ୍ରିତ ହୋଇ କ୍ରମାନ୍ୱୟରେ ରାତ୍ରିର ନିର୍ଧାରିତ ସମୟ ସୀମା ମଧ୍ୟରେ ମାଳିକା ବର୍ଣ୍ଣିତ ରତ୍ନଯୋରୀ ରେ ବିସର୍ଜିତ ହୋଇଥିଲେ।

ପୋଲିସ ପକ୍ଷରୁ  ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ କିଶନନଗର ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ପ୍ରମୁଖ ପୋଲିସ ବଳ ସହିତ ସଜାଗ ରହିଥିଲେ। ଏହି ଅବସରରେ ଆଇଆଇସି ମାନେଶ୍ୱର ପ୍ରଧାନ ଙ୍କ ସମେତ ସାମ୍ବାଦିକ ମାନଙ୍କୁ ଯାତ୍ରା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିକୂଳ ପାଗ ସତ୍ୱେ ଶୁକ୍ରବାର ରାତିରେ ବିଷ୍ଣୁପ୍ରିୟା ସେବା ସମିତି ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପ୍ରତ୍ୟେକ ପୂଜା ମଣ୍ଡପକୁ ଯାଇ ମା’ ଙ୍କୁ ଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିବା ସହିତ ଜନସାଧାରଣଙ୍କ ସୁଖ ସମୃଦ୍ଧି କାମନା କରିଥିଲେ।

Leave a Reply

Your email address will not be published. Required fields are marked *