କଟକ ସଦର,୧୬/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ସଦର ଶାସକ ବିଜେପି ଶିବିରରେ ଉତ୍ସାହ ଦେଖା ଦେଇଥିବାବେଳେ ବିଜେଡି ଓ କଂଗ୍ରେସ ମାପି ଚୁପି ଭିତିରିଆ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଥିବା ଜଣାପଡିଛି। ଏଥିରେ କେଉଁ ଆସନ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ ତାହା ଜଣା ପଡିନଥିବାଵେଳେ ନିର୍ବାଚନ ମଣ୍ଡଳୀର ୬ ଗୋଟି ଜିଲ୍ଲା ପରିଷଦ ଜୋନ୍ ରେ ବିଜେପି ମଣ୍ଡଳ ସଭାପତି ମାନଙ୍କ ସହିତ ଏକାଧିକ ଆଶାୟୀ ପ୍ରାର୍ଥୀ ନିଜ ନିଜ କ୍ଷେତ୍ରରେ ଦଳୀୟ ଟିକେଟ ପାଇଁ କସରତ ଆରମ୍ଭ କରିଦେଇଛନ୍ତି।
ସେଥିରେ ୩ ଟି ପଞ୍ଚାୟତକୁ ନେଇ ୪ ନମ୍ବର ଜୋନ୍ ରେ ମଣ୍ଡଳ ସଭାପତି ନିର୍ମଳ ସାହୁ, ଅଶୋକ ସାହୁ, ରାଧାକାନ୍ତ ମଲ୍ଲିକ,୬ ଗୋଟି ପଞ୍ଚାୟତକୁ ନେଇ ୫ ନମ୍ବର ଜୋନରେ ମଣ୍ଡଳ ସଭାପତି ନିରଂଜନ ରାଉଳ,ନିର୍ମଳ ଦାସ, ସୁରେଶ ଜେନା,୬ ଗୋଟି ପଞ୍ଚାୟତକୁ ନେଇ ୬ ନମ୍ବର ଜୋନ୍ ରେ ମଣ୍ଡଳ ସଭାପତି ସୁଧାଂଶୁ ଶେଖର ଦାସ, ବିଜୟ ରାଉତରାୟ, ସଂଜୟ ବିନ୍ଧାଣି,୮ ଗୋଟି ପଞ୍ଚାୟତକୁ ନେଇ ୭ ନମ୍ବର ଜୋନ୍ ରେ ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ସୁଜାତା ସେଠୀ, ବିମଳ ପଣ୍ଡା,୭ ଟି ପଞ୍ଚାୟତକୁ ନେଇ ୨୫ ନମ୍ବର ଜୋନ୍ ରେ ମଣ୍ଡଳ ସଭାପତି ମୀନକେତନ ମହାନ୍ତି, ରଂଜନ ନନ୍ଦ, ଶ୍ରୀକାନ୍ତ ମହାନ୍ତି,୭ ଟି ପଞ୍ଚାୟତକୁ ନେଇ ୨୮ ନମ୍ବର ଜୋନ୍ ରେ ମଣ୍ଡଳ ସଭାପତି ରଘୁନାଥ ଚୌଧୁରୀ, ସରୋଜ ବେହେରା,ରାଜନ ମହାନ୍ତି ଆଶାୟୀ ତାଲିକାରେ ରହିଥିବା ପ୍ରାଥମିକ ସର୍ଵେକ୍ଷଣରୁ ଜଣାପଡିଛି।
ତେବେ ନିର୍ବାଚନ ଯେତେ ପାଖେଇ ଆସିବ ଏଵଂ ଆସନ ସଂରକ୍ଷଣର ବିଜ୍ଞପ୍ତି ପ୍ରକାଶ ପାଇବ ସେତେବେଳେ ଆଶାୟୀ ତାଲିକା ସେତେ ଲମ୍ବା ହେବା ସମ୍ଭାବନା ଅଧିକ ରହିଛି। ଏହି ପରିପ୍ରେକ୍ଷୀରେ ଦଳରୁ ଜଣେ ଟିକେଟ ପାଇଲେ ଅନ୍ୟ ଆଶାୟୀ ମାନଙ୍କ ମତିଗତି କୁଆଡ଼କୁ ଯିବ ତାକୁ ନେଇ ସେତେବେଳେ ସମସ୍ତଙ୍କର ନଜର ରହିବ।
