ସକାଳେ ଗଣ୍ଡଗୋଳ — ସନ୍ଧ୍ୟାରେ ବୋମା ମାଡ଼
ବ୍ରହ୍ମପୁର,୧୪/୦୯/୨୦୨୬ (ଓଡ଼ିଶା ସମାଚାର)- ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ସ୍ଥିତ ହରିଜନ ସାହିରେ ବୋମାମାଡ଼ ହୋଇଛି । ବୋମାମାଡ଼ ରେ ଜଣେ ଯୁବକ ଆହତ ହୋଇଛନ୍ତି ।
ସକାଳେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ସନ୍ଧ୍ୟାରେ ଏକାଧିକ ବୋମା ମାଡ଼ ହୋଇଥିଲା । ବୋମାମାଡ଼ ରେ ଜଣେ ଜଣେ ଯୁବକ ଆହତ ହୋଇଛନ୍ତି । ବୋମା ମାଡକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ପୁଲିସ ପହଞ୍ଚି ସାହି ଲୋକଙ୍କୁ ବୁଝାସୁଝା କରିଛି । ପୁଲିସ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ବୋମାମାଡ଼କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ସାଙ୍ଗକୁ ଭୟର ବାତାବରଣ ସୃଷ୍ଟି ହୋଇଛି।
