ଘରୋଇ ନର୍ସିଂହୋମ୍ ରେ ନିଆଁ ଲାଗିଛି

କଟକ,୧୩/୭/୨୦୨୪ (ଓଡ଼ିଶା ସମାଚାର)- କଟକର ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମ୍ ରାଧାରମଣ (ତ୍ରିଶା) ରେ ନିଆଁ ଲାଗିଯାଇଛି। ନର୍ସିଂହୋମ୍ର ତୃତୀୟ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହିତ ଆଇସିୟୁରେ ଥିବା ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି। କେଉଁ କାରଣରୁ ନିଆଁ ଲାଗିଛି ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନ ଥିବା ବେଳେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛନ୍ତି। ରାସ୍ତାଉପରେ ରୋଗୀମାନେ ରହିଥିଲୋ ଆଇସିୟୁରେ ଥିବା ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକରି ଅନ୍ୟ ହସପିଟାଲକୁ ନେବାପାଇଁଉଦ୍ୟମ ଜାରି ରହିଛି । ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଅନ୍ୟହସପିଟାଲକୁ ସ୍ଥାନାନ୍ତରିତ କରାଯାଇ ସାରିଲାଣି । ଘଟଣାସ୍ଥଳରେ ଅଗ୍ନୀଶମ ଅଧିକାରୀ ଓ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଉପସ୍ଥିତ ଅଛନ୍ତି ।

Leave a Reply

Your email address will not be published. Required fields are marked *