ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ନିରାକରଣ ଏବଂ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ଜଗତସିଂହପୁର ୨୯/୧୦/୨୦୨୬(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଅପରାହ୍ନ ୪.୩୦ ଘଣ୍ଟିକା ରେ ସଡକ ସୁରକ୍ଷା ଏବଂ ତାର ପ୍ରତିକାର ବିଷୟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ମାନଙ୍କୁ ନେଇ ଆଲୋଚନାଚକ୍ର ଆୟୋଜନ ହୋଇ ଥିଲା । ପ୍ରଥମେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ତତ୍ବାବଧାନରେ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପୌରହିତ କରିଥିଲେ , ଉକ୍ତ ସଭାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଅପରାଧ କୁ ନିରୀକ୍ଷଣ କରିବା ପାଇଁ ଜାତୀୟ ରାଜପଥ-୫୩ ର ଦୋଛକିରେ ରାସ୍ତାରେ ନିରୀକ୍ଷଣ  କ୍ୟାମେରା ଲଗାଇବା ପାଇଁ ସଂପୃକ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ ।

ଉକ୍ତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ ପିଲେ, ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଶ୍ରୀ ନିରଞ୍ଜନ ବେହେରା , ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଉପସ୍ଥିତ ଥିଲେ । ଏହି ଅବସରରେ ଆର୍ ଆଣ୍ଡ ବି, ଆର୍ ଡି, ଏନ୍ ଏଚ୍ ୫୫ର କର୍ମକର୍ତ୍ତାମାନେ ଏବଂ ଏନ୍ ଜି ଓ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ  ଯୋଗଦେଇ ଜିଲ୍ଲା ମଧ୍ୟରେ ସମସ୍ତ ଦୁର୍ଘଟଣା କୁ ବିସ୍ତୃତ ଭାବରେ ଆଲୋଚନା କରିବା ସହ ଉକ୍ତ ଦୁର୍ଘଟଣା କୁ ହ୍ରାସ କରିବାକୁ ଗଠନ ମୁଳକ ଭାବରେ ମନ୍ତବ୍ୟ ଉତ୍ଥାପନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉକ୍ତ ଦୁର୍ଘଟଣା ର ପ୍ରତିକାର ବିଷୟରେ ଆଲୋଚନା କରିବା ସହ ସମ୍ପୃକ୍ତ  ବିଭାଗ କୁ ରାସ୍ତା ର ମରାମତି କାର୍ଯ୍ୟ ତ୍ବରାନ୍ବିତ  କରାଇବା ସହ  ସଂପୃକ୍ତ ଜାତୀୟ ରାଜପଥ ୫୩ ଜାତୀୟ ରାଜପଥ ୫୫ ଏବଂ ରାଜ୍ୟ ରାଜପଥ ୧୨ ରାସ୍ତା କଡ଼ରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତୁରନ୍ତ ସାରିବା ପାଇଁ  ନିର୍ଦେଶ ଦେଇଥିଲେ।

ଆର୍ ଡି ରାସ୍ତା ଏବଂ ଆର ଆଣ୍ଡ ବି ରାସ୍ତା ରେ ସଙ୍କେତ ଲଗାଇବା ସହ  ରାସ୍ତା ର ମରାମତି କାର୍ଯ୍ୟ ଏବଂ ଚଳିତ ବର୍ଷ ପାରାଦ୍ୱୀପ ରେ ବାଲିଯାତ୍ରା କୁ ଆଖି ଆଗରେ ରଖି ଲାଇଟ୍ ର  ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ ଦେବା ସହ କାର୍ଯ୍ୟ କୁ ଶିଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦୁର୍ଘଟଣା ରେ ପିଡୀତ ଙ୍କୁ ସାହାଯ୍ୟ କରିଥିବା ଗୁଡ଼ ସମରଣ୍ଟିଆନ ମାନଙ୍କୁ ସମ୍ମାନୀତ କରିବା ସହ ସେବା ସଙ୍କଳ୍ପ ଅଭିଯାନରେ ଜିଲ୍ଲା ସ୍ତରୀୟ ସ୍ଲୋଗାନ ପ୍ରତିଯୋଗିତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା।ଶେଷରେ ପରିବହନ ଅଧିକାରୀ ଶ୍ରୀ ସେଠୀ ସଡ଼କ ସୁରକ୍ଷା ସମିତି ର ତତ୍ପରତା ପାଇଁ ଦୁର୍ଘଟଣା ମୃତ୍ୟୁ ହାର ପୁର୍ବ ବର୍ଷ ଅପେକ୍ଷା ଶତକଡା ୧୭ ପ୍ରତିଶତ ହ୍ରାସ ହୋଇଥିବା ରୁ ସମସ୍ତ ଙ୍କୁ ସାଧୁବାଦ ଦେବା ସହ ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କଡ଼ାକଡ଼ି କରିବାକୁ  ପ୍ରତିଶ୍ରୁତି ଦେଇଥିଲେ । ସଂପ୍ରତି ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ଉପସ୍ଥିତ ରହି ଗଠନ ମୂଳକ ମତାମତ ଦେଇଥିଲେ।ଏଥିରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *