ସାରା ଜିଲ୍ଲାରେ ବନ୍ୟା ପରିସ୍ଥିତି ଓ ଜଳବନ୍ଦୀରେ ବହୁ ଅଞ୍ଚଳ, ଭୂଷ୍ଫଳନ ଯୋଗୁଁ ୪ ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ
ପାରଳାଖେମୁଣ୍ଡି, ୨୯/୧୦/୨୦୨୬(ଓଡ଼ିଶା ସମାଚାର /ତାରିଣୀ ପ୍ରସାଦ ପଣ୍ଡା): ଅର୍ଣ୍ଣବ ବାତ୍ୟା ଯୋଗୁଁ ଗଜପତି ଜିଲ୍ଲାରେ ପ୍ରଳୟଙ୍କାରୀ ତାଣ୍ଡବ ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେବା ସହ ଜଳବନ୍ଦୀରେ ବହୁ ଅଞ୍ଚଳ ରହିଥିବା ସୂଚନା ମିଳିଛି । ଏଥିସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂଷ୍ଫଳନ ଘଟିଛି. । ତପ୍ତପାଣି ଘାଟି ନିକଟର ପାହାଡ଼ ଧସିବା ଯୋଗୁଁ ଆଜି ୪ ଗୋଟି ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ ହୋଇଛି. । ଗଜପତି ଜିଲ୍ଲାରେ ରହିଥିବା ମୋଟ ୨୮୧ ଗୋଟି ବାତ୍ୟା ସୁରକ୍ଷିତ ସ୍ଥଳୀକୁ ୨୦ ହଜାରରୁ ଉର୍ଦ୍ଧ ଲୋକଙ୍କୁ ଆଶ୍ରୟ ଦିଆ ଯାଇଥିବା ସୂଚନା ମିଳିଛି. ।
ଗତ ୩ ଦିନ ଧରି ଲଗାତର ବର୍ଷା ଲାଗି ରହିବା ଯୋଗୁଁ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି, ହରଭଙ୍ଗୀ ଓ କାଶୀନଗର ଅଞ୍ଚଳରେ ପ୍ରବାହିତ ବଂଶଧାରା ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି. । ଏଥିସହ ଗଜପତି ଜିଲ୍ଲାର ପ୍ରମୁଖ ଗଣ୍ଡାହାତୀ ଜଳପ୍ରପାତ ଅତି ପ୍ରଳୟଙ୍କାରୀ ବନ୍ୟା ଜଳ ପ୍ରବାହିତ ହୋଇ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି. ଏହାଦ୍ୱାରା ସେହି ଅଞ୍ଚଳର ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି. । ମହେନ୍ଦ୍ରଗିରି ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ରାୟଗଡା, ଗୋସାଣୀ ବ୍ଲକର କେତେକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି. ସେହିପରି ମହେନ୍ଦ୍ରତନୟା ନଦୀର ବନ୍ୟାଜଳ ପାରଳା ସହର ତଳି ଅଞ୍ଚଳରେ ପୁରୁଣାପାଟଣା ଗ୍ରାମକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା ଜନବସତିରେ ମହେନ୍ଦ୍ରତନୟା ନଦୀ ଜଳ ପ୍ରବେଶ କରିଛି. ।
ଘରଭଙ୍ଗୀରେ ବନ୍ୟା ଦେଖାଦେଇ ମଧ୍ୟ ମୋହନା ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି. । ଏଥିସହ ଗଜପତି ଜିଲ୍ଲାର ବିଭିନ୍ନ ପାହାଡ଼ରୁ ଜାତ ଛୋଟ ନଦୀ କେତେକ ନାଳରେ ପ୍ରବଳ ବନ୍ୟାଜଳ ଆସି ଗଜପତି ଜିଲ୍ଲାର ବିଭିନ୍ନ ରାସ୍ତା ଉପରେ ପ୍ରଭାବିତ ହେବା ସହ ନିକଟସ୍ଥ କେତେକ ଗ୍ରାମ ମଧ୍ୟକୁ ପ୍ରବେଶ କରିଛି. । ମୋଟାମୋଟି ଭାବେ କହିବାକୁ ଗଲେ ସମଗ୍ର ଜିଲ୍ଲାରେ ଆଜି ବନ୍ୟାସ୍ଥିତି ଦେଖାଦେଇଛି. । ବନ୍ୟାଜଳ ପ୍ରବାହିତ ହେବାଦ୍ୱାରା ଜିଲ୍ଲାର ସମସ୍ତ ଚାଷ ଜମିରେ ଧାନ ଫସଲ ସହ ପନିପରିବା ଓ ଆଦି ସମସ୍ତ ଫସଲ ଉଜୁଡି ଯିବା ଆଶଙ୍କା ପ୍ରକାଶ ପାଇଛି. । ଗତକାଲି ରାତ୍ରରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ତେରବା ଓ ଚିତ୍ରଙ୍ଗା ଅଞ୍ଚଳ ମଧ୍ୟରେ ଭୂଷ୍ଫଳନ ଯୋଗୁଁ ପାହାଡ଼ ଧସି ପଡି ବଡ଼ ବଡ଼ ପଥର ଓ ମାଟି ଅତଡ଼ା ଖସି ପଡିଛି. ।
ମୋହନା ବ୍ଲକର ବାଲିବାଡ଼ ଘାଟି ରାସ୍ତା ଅଞ୍ଚଳରେ ପାହାଡ଼ ଧସି ସେହି ଅଞ୍ଚଳର ୫ ଗୋଟି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି. ସେହିପରି ଗଜପତି, ଗଞ୍ଜାମ ଜିଲ୍ଲାର ସୀମାନ୍ତ ବେଲଗଡ଼ ଗ୍ରାମ ଅର୍ଥାତ ତପ୍ତପାଣି ଘାଟି ନିକଟରେ ଭୂଷ୍ଫଳନ ଘାଟି ପାହାଡ଼ ଧସି ପଡିବା ଯୋଗୁଁ ଗଜପତି, ଗଞ୍ଜାମ, ରାୟଗଡା ଓ କନ୍ଧମାଳ ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏଠାରେ ଧସି ପଡ଼ିଥିବା ପଥର ଓ ମାଟିକୁ ଉଠେଇବା ପାଇଁ କାର୍ୟ୍ୟ ଆରମ୍ଭ ହୋଇଛି. । ହେଲେ ରାସ୍ତା ସଫା ହୋଇପାରୁନାହିଁ. । ରକ୍ଷା ଦୃଷ୍ଟିରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ଅଣାଯାଇ ସୁରକ୍ଷା ପ୍ରଦାନ କରାଯାଇଥିବା ସୂଚନା ମିଳିଛି.
