ଗରଦପୁର ୟୁକୋ ବ୍ୟାଙ୍କ ଆଗରୁ ସ୍କୁଟି ଡ଼ିକିରୁ ଦଶ ହଜାର ଟଙ୍କା ଲୁଟ ଅଭିଯୋଗ

ପାଟକୁରା ୨୫/୧୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଗରଦପୁର ୟୁକୋ ବ୍ୟାଙ୍କ ଆଗରେ ଥୁଆ ହୋଇଥିବା ଗୋଟିଏ ସ୍କୁଟି ର ଡ଼ିକି ଭାଙ୍ଗି ଦଶ ହଜାର ଟଙ୍କା ଲୁଟ ହୋଇଯାଇଥିବା ପାଟକୁରା ଥାନାରେ ଅଭିଯୋଗ ହୋଇଛି । ପାଟକୁରା ଥାନା ଅଧୀନ ପାଖଡ଼ ଗ୍ରାମ ପଂଚାୟତ ବାମରା ଗ୍ରାମର ସୁଲାଖି ସ୍ୱାଇଁ ୪୫ ବର୍ଷ ବୟସ୍କ ମହିଳା ଅପରାହ୍ନ ପ୍ରାୟ ଚାରିଟା ସମୟରେ ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟି ଡ଼ିକିରେ ରଖି କୌଣସି କାମ ପାଇଁ ବ୍ୟାଙ୍କ ଭିତରକୁ ଯାଇଥିଲେ । ହେଲେ ବ୍ୟାଙ୍କରୁ ଆସି ଦେଖନ୍ତି ଯେ ତାଙ୍କ ସ୍କୁଟି ଡ଼ିକିରେ ଦଶ ହଜାର ଟଙ୍କା ନାହିଁ । ସୁଲାଖି ସ୍ୱାଇଁ ଏବାବଦରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍କୁଟି ଡ଼ି କିଭାଙ୍ଗି କିଏ ଦୃବୃତ୍ତ ଦଶ ହଜାର ଟଙ୍କା ଲୁଟିନେଇଯାଇଛି । ତାଙ୍କ ଅଭିଯୋଗ କୁ ଭିତ୍ତି କରି ପାଟକୁରା ଥାନାରେ କେଶ ନମ୍ବର ୩୦୮/୨୦୨୫ରେ ମକଦମା ରୁଜୁ କରାଯାଇଛି । ପୋଲିସ ସବଇନ୍ସପେକ୍ଟର ଦିପ୍ତିମୟୀ ରାଉତ ତୁରନ୍ତ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଦେଇଛନ୍ତି । ସ୍କୁଟିର ଡ଼ିକି ଭଙ୍ଗା ଯାଇନଥିବା ସବଇନ୍ସପେକ୍ଟର ରାଉତ ତଦନ୍ତରୁ ଜାଣିଥିଲେ । ତେବେ ମହିଳା ଜଣକ ଅନ୍ୟମନସ୍କ ଥାଇ ଡ଼ିକିର ଚାବି ପକାଇନଥିବା କହିଛନ୍ତି । ଏହାର ସୁଯୋଗ ନେଇ ଦୃବୃତ୍ତ ଡ଼ିକି ମଧ୍ୟରୁ ଟଙ୍କା ଉଠାଇ ନେଇଥିବେ ବୋଲି ଅନୁମାନ କରାଯାଉଛି ।

ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଗ୍ରାହକ ମାନଙ୍କ ପିଛାକରି ସେମାନଙ୍କ ଡ଼ିକିରୁ ଟଙ୍କା ଲୁଟ କରିବା ଘଟଣା ଆସ୍ତେ ଆସ୍ତେ ବଢୁଥିବା ଜଣାଯାଉଛି । ଚଳିତ ମାସ ୬/୧୧/୨୫ଦିନ ଦୁଇଟା ସମୟରେ କୋରୁଆ ହାଇସ୍କୁଲ ଛକ ନିକଟରେ ଥିବା ଗୋଟିଏ ଜନସେବା କେନ୍ଦ୍ର ସମ୍ମୁଖରେ ଥୁଆହୋଇଥିବା ଗୋଟିଏ ମଟର ସାଇକେଲ ଡ଼ିକିରୁ ଦୁଇ ଲକ୍ଷ ଟଙ୍କା ଲୁଟ ହୋଇଥିଲା । କୁଦାନଗରୀ ଥାନା ଅଧୀନ ତୀକନପୁର ଗ୍ରାମର ପ୍ରଶାନ୍ତ ଦେବତା ଷ୍ଟେଟ ବ୍ୟାଙ୍କ କୋରୁଆ ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇ ତାଙ୍କ ମଟର ସାଇକେଲ ଡ଼ିକି ରେ ରଖି ଘରକୁ ଫେରୁଥିବା ବାଟରେ ହାଇସ୍କୁଲ ଚ୍ଛକ ନିକଟରେ ଥିବା ଜନସେବା କେନ୍ଦ୍ର ଆଗରେ ମଟର ସାଇକେଲ ରଖି ଜନସେବା କେନ୍ଦ୍ର କୁ ଯାଇଥିଲେ । ସେଠାରୁ ଫେରି ଦେଖନ୍ତି ତାଙ୍କ ଡ଼ିକି ରେ ଦୁଇ ଲକ୍ଷ ଟଙ୍କା ନାହିଁ । ଏ ବାବଦରେ ପ୍ରଶାନ୍ତ ଦେବତା କୁଦାନଗରୀ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜିପର୍ୟ୍ୟନ୍ତ ତାଙ୍କ ଟଙ୍କା ମିଳିଲା ନାହିଁ ।

Leave a Reply

Your email address will not be published. Required fields are marked *