ସଇନ୍ଧା-ନଛିପୁର ଲକ୍ଷ୍ମୀପୂଜା ପାଇଁ ଉତ୍ସବ ମୁଖର

କଟକ,୨୯/୧୦/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା) କଟକ ସଦର ବ୍ଲକ ଉରାଳି ପଞ୍ଚାୟତ ଅନ୍ତର୍ଗତ ସଇନ୍ଧା-ନଛିପୁର ଗ୍ରାମରେ ଚଳିତ ବର୍ଷ ମା’ଜାଗେଶ୍ୱରୀ ପୂଜା କମିଟି(ବାଲିସାହି),ବାପୁଜୀ ସ୍ମାରକୀ ପୂଜା କମିଟି( ସଇନ୍ଧା),ମା’ ଜୟନ୍ତୀ ପୂଜା କମିଟି(ସଇନ୍ଧା),ମା’ଗୁପ୍ତେଶ୍ୱରୀ ପୂଜା କମିଟି(ଆମଣିଆ ଗୋରଡା)ମା’ଦୁଲାଦେଇ ପୂଜା କମିଟି( କାଜିପୁର) ,ମା’ଵିମଳା ପୂଜା କମିଟି (କାଜିପୁର),ମା’ମଙ୍ଗଳା ପୂଜା କମିଟି(ନଛିପୁର),ବାଳୁତ କୁମାର ପୂଜା କମିଟି(ନଛିପୁର) ବଳରାମ ବାବା ପୂଜା କମିଟି -(ଵଢେଇସାହି),ମା’ଜାଗୁଳାଇ ପୂଜାକମିଟି-(ଢିଅ ନଛିପୁର), ବିବେକାନନ୍ଦ ପୂଜା କମିଟି (କୋଠସାହି),   ପ୍ରଭୃତି    ୧୧ ଗୋଟି ପୂଜା ମଣ୍ଡପରେ ସୁଶୋଭିତ ଆଲୋକ ସଜ୍ଜା ଓ ତୋରଣ ସାଙ୍ଗକୁ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି।

ପ୍ରତ୍ୟେକ ସନ୍ଧ୍ୟାରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି। ମା’ଲକ୍ଷ୍ମଙ୍କ ମୃଣ୍ମୟ ମୂର୍ତ୍ତିକୁ ଦେଖିବା ପାଇଁ ମେଘୁଆ  ପାଗ ସତ୍ତ୍ୱେ ପ୍ରତିଦିନ ସନ୍ଧ୍ୟାରେ ବହୁ ଲୋକଙ୍କ ସମାଗମ ହେଉଥିବା ପରିଲକ୍ଷିତ ହେଉଛି। ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ସାତ ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସଦର ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 

Leave a Reply

Your email address will not be published. Required fields are marked *