ଚଣ୍ଡିଖୋଲ,୧୪/୦୯/୨୦୨୬ (ଓଡ଼ିଶା ସମାଚାର)- ଏକ ମାଙ୍କଡ଼ା ପଥର ଛଇ ଖାଦାନରେ ପଡ଼ି ଆଜି ସୋମବାର ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ଗ୍ରାମର କେଶବ ଚନ୍ଦ୍ର ସାମଲଙ୍କ ପୁତ୍ର ଶ୍ରୀଧର ସାମଲ (୨୭) ।
ମିଳିଥିବା ସୂଚନା ମୁତାବକ ଶ୍ରୀଧର ଓ ତାଙ୍କ ଭିଣୋଇ ବୈଦପୁର ଗ୍ରାମର ଜଗନ୍ନାଥ ବେହେରା କୌଣସି କାମ ପାଇଁ ବୈରୀ ଥାନା କପାଷ୍ଟିକିରି ଗାଁକୁ ଦୁଇଟି ସାଇକେଲ ଯୋଗେ ଯାଇଥିଲେ । ସେଠାରୁ ଫେରି ଉଭୟ କିଛି ଦୂରରେ ଥିବା ବାଛୁରୀବନ୍ଧ ନିକଟରେ ଥିବା ଏକ ପଥର ଛଇରେ ଶୌଚ ହେବାକୁ ଯାଉଥିବା ବେଳେ ଗୋଡ଼ ଖସି ଯିବାରୁ ଶ୍ରୀଧର ପାଣି ଭିତରକୁ ପଶି ଯାଇଥିଲେ ।
ନିକଟରେ ଥିବା ଜଗନ୍ନାଥ ଏକ ଗାମୁଛା ପକାଇ ଶ୍ରୀଧର ଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶ୍ରୀଧର ଅକାତ ପାଣି ଭିତରକୁ ଭାସିଯାଇ ବୁଡ଼ିଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଗୁରୁତର ଅବସ୍ଥାରେ ଶ୍ରୀଧରକୁ ସେଠାରୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ପ
