କଟକ ସିଡିଏ ରେ ମହିଳାଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

କଟକ ସଦର , ୧୩/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ସିଡିଏ ଫେଜ-୨ ଥାନା ଅନ୍ତର୍ଗତ ସେକ୍ଟର-୧୩ କାଠଯୋଡି ନଦୀକୂଳ ବସ୍ତିରେ ଜଣେ ମହିଳାଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି।

ପ୍ରକାଶ ଯେ କରଞ୍ଜିଆ ଅଞ୍ଚଳର ଏହି ମହିଳା ଜଣକ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଉକ୍ତ ବସ୍ତିରେ ଦୁଇଟି ପିଲାଙ୍କୁ ନେଇ ରହୁଥିଲେ। ହେଲେ ଏମିତି କଣ ହେଲା କେଜାଣି ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଗଲା। ତାଙ୍କର ରକ୍ତ ଜୁଡୁବୁଡୁ ମୃତ ଦେହକୁ ଜବତ କରି ପୋଲିସ ତନାଘନା ଚଳାଇଛି। ଉକ୍ତ ଘଟଣାରେ ଜଣେ ଯୁବକକୁ ପୋଲିସ ଅଟକ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *