ଡକାୟତଙ୍କ ବୋମାମାଡ଼ରେ ୩ ଜଣ ଗୁରୁତର ଆହତ; ଜଣେ ଅଟକ

ନୟାଗଡ଼,୧୨/୧୧/୨୦୨୫ (ଓଡ଼ିଶା ସମାଚାର)-  ନୟାଗଡ ଟାଉନ ଥାନା ଅଧିନ ଶୁଳିଆ ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଡକାୟତଙ୍କ ବୋମାମାଡ଼ରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସ୍ଥାନୀୟ ଲୋକ ଓ ଗ୍ରାମବାସୀମାନେ ଜଣେ ଡକାୟତକୁ ଧରି ପୁଲିସ ଜିମା ଦେଇଛନ୍ତି ।

ସୂଚନା ମୁତାବକ, ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇ ଜଣ ଯୁବକ ସେଠାରେ ରହିଥିବା ସିମେଣ୍ଟକୁ ଜଗି ରହିଥିଲେ । ରାତି ପ୍ରାୟ ସାଢେ ବାରଟାରେ ୪ଜଣ ଦୁର୍ବୃତ୍ତ ଶୁଳିଆ ଗାଁ ନିକଟରେ ବିଭିନ୍ନ ମାରଣାସ୍ତ୍ର ଧରି ବୁଲୁଥିବା ଦେଖି  ଦୁଇଜଣ ଗାଁ ଲୋକଙ୍କୁ ଡାକିଥିଲେ । ଗ୍ରାମବାସୀମାନେ ଆସିବା ଦେଖି ଦୁର୍ବୃତ୍ତମାନେ ଗ୍ରାମବାସୀଙ୍କ ଉପରକୁ ୩ଟି ବୋମାମାଡ଼ କରିଥିଲେ । ବୋମାମାଡ଼ରେ ଗାଁର ଉପେନ୍ଦ୍ର ଖଟେଇ, ସୁମନ୍ତ ବାରିକ ଏବଂ ଶତ୍ରୁଘ୍ନ ବାରିକ ଗୁରୁତର ଆହତ ହୋଇଛନ୍ତି ।

ଆହତ ୩ ଜଣ ନୟାଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବୋମାମାଡ଼ କରି ୪ ଜଣ ଡକାୟତ ଫେରାର୍ ହୋଇଯାଇଥିଲେ । ହେଲେ ନୟାଗଡ଼ ନିକଟ କଇଥଗାଡିଆ ଗ୍ରାମର ଜଣେ ଯୁବକ ଅକୃର ପ୍ରଧାନକୁ ଗ୍ରାମବାସୀମାନେ କାବୁ କରି ପୁଲିସକୁ ଖବର ଦେଇଥିଲେ । ଖବରପାଇ ନୟାଗଡ ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଅକୃରକୁ ଧରି ଥାନାକୁ ଆଣିଥିବାବେଳେ ଅନ୍ୟ ମାନଙ୍କୁ ଖୋଜୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *