ଧର୍ମପରାୟଣ ମହିଳା ମେନା ଖଟୁଆଙ୍କ ଶ୍ରଦ୍ଧାଞ୍ଜଳି ସଭା 

କଟକ ସଦର , ୧୩/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ କିଶନନଗର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଆଗଧାଡିର ମୁରଵୀ ସ୍ୱର୍ଗତ ନିରଞ୍ଜନ ଖଟୁଆଙ୍କ ଧର୍ମପତ୍ନୀ ଧର୍ମପରାୟଣ ମହିଳା ମେନା ଖଟୁଆଙ୍କ ତିରୋଧାନର ଏକାଦଶ ଦିବସରେ କିଶନନଗର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି।

ଏଥିରେ ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରେଇ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ପୂର୍ବତନ ମନ୍ତ୍ରୀ ପ୍ରିତି ରଞ୍ଜନ ଘଡେ଼ଇ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ, ଅମରେଶ ପତ୍ରି, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଓ ଆଗଧାଡିର ନେତା ଯୋଗ ଦେଇ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ। ପରିଚାଳନାରେ ନାତି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁଭଦର୍ଶୀ ଖଟୁଆଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଓ ଜ୍ଞାତି କୁଟୁମ୍ବ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *