କଟକ ସଦର , ୧୩/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଚାଉଳିଆଗଞ୍ଜର ତିନି ଜଣ ସାଙ୍ଗ ଆଜି ରବିବାର ଦିନ ବାଙ୍କୀ ଅଂଶୁପା ହ୍ରଦ ବୁଲିବାକୁ ଯାଇଁ ମହାନଦୀର ସୁବର୍ଣ୍ଣପୁର ଘାଟରେ ବୁଡିଯାଇଥିଲେ।
ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରିଥିବାବେଳେ ଚାଉଳିଆଗଞ୍ଜ ତଳସାହିର ଅମିତ୍ ବିକ୍ରମ ସାହୁ (୩୩) ନିଖୋଜ ଥିବା ଜଣାପଡିଛି। ବାଙ୍କୀ ଡମପଡା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନଦୀରେ ତଲାସୀ ଅଭିଯାନ ଚଳାଇଥିଲେ ହେଁ ରାତି ହୋଇଯିବା ରୁ ଏହା ଆସନ୍ତା କାଲି ପାଇଁ ସ୍ଥଗିତ ରହିଛି।
ମହାନଦୀରେ ଭାସିଗଲେ ଚାଉଳିଆଗଞ୍ଜର ତିନି ସାଙ୍ଗ,ଦୁଇ ଜଣ ଉଦ୍ଧାର ଜଣେ ନିଖୋଜ
