କିଷାନ କଂଗ୍ରେସର ପ୍ରତିବାଦ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୧୧/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକମାରଣ ନୀତି ବିରୁଦ୍ଧରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅଭୟ ସାହୁଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା କିଷାନ କଂଗ୍ରେସ ପକ୍ଷରୁ ଆସନ୍ତା ୧୮ ଓ ୧୯ ଦୁଇଦିନ ଧରି କେନ୍ଦ୍ରାପଡାରେ କୃଷକମାନଙ୍କୁ ନେଇ ଏକ ପ୍ରତିବାଦ ପଦଯାତ୍ରା ଅନୁଷ୍ଠିତ ହେବ ।ଏନେଇ କଜଳାସ୍ଥିତ ଜିଲା କଂଗ୍ରେସ ଭବନରେ ଜିଲା କିଷାନ କଂଗ୍ରେସ ସଭାପତି ଜୟଦେବ ପରିଡାଙ୍କ ପୌରୋହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ରାଜ୍ୟ କିଷାନ କଂଗ୍ରେସ ସାମାଜିକ ଗଣମାଧ୍ୟମ ସଦସ୍ୟ ହିମାଂଶୁଭୂଷଣ ନନ୍ଦ, ବ୍ଲକ କଂଗ୍ରେସ ସଭାପତି ହରିଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏଥି ନିମନ୍ତେ ବିଶଦ ଭାବେ ଆଲୋଚନା କରିଥିଲେ । ଏହି ପଦଯାତ୍ରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ପଂଚାୟତରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ବିଭିନ୍ନ ବ୍ଲକର କିଷାନ କଂଗ୍ରେସ ସଭାପତିଙ୍କ ସମେତ ଢୋଲ ପଂଚାୟତ ସଭାପତି ରେବତୀରମଣ ରାଉତ, ବିଜୟ ମଲ୍ଲିକ, ପ୍ରମୋଦ ରାଉତଙ୍କ ସମେତ କଂଗ୍ରେସ

Leave a Reply

Your email address will not be published. Required fields are marked *