ବାଲ୍ୟ ବିବାହ ନିଷେଧ ଆଇନ ୨୦୨୬ ସଚେତନତା

ଭୁବନ, ୧୧/୦୯/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବୁହାଳିପାଳ ପଞ୍ଚାୟତ ସରକାର ଉଚ୍ଚ ବିଦ୍ୟାଳୟ ବାଳିବିଳାସ ଠାରେ ବାଲ୍ୟ ବିବାହ ନିଷେଧ ଆଇନ- ୨୦୨୬ ସମ୍ପର୍କରେ ବିଶ୍ୱ ଯୁବ କେନ୍ଦ୍ର ( ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ୍ ) ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ଏହି କର୍ଯ୍ୟକ୍ରମ ରେ ପ୍ରକଳ୍ପ ସହାୟିକା ଜୁଲି ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଦେଇଥିବା ବେଳେ ବିଶ୍ୱ ଯୁବ କେନ୍ଦ୍ରର କାଉନସେଲର ମନସ୍ମିତା ନାୟକ ବାଲ୍ୟ ବିବାହ ନିଷେଧ ଆଇନ ୨୦୨୬ ବିଷୟରେ ପ୍ରାଞ୍ଜଳ ଭାବେ ଅବଗତ କରାଇ ଥିଲେ । ବାଲ୍ୟ ବିବାହ ପାଇଁ ଝିଅ ମାନଙ୍କ ଉପରେ ପଡୁଥିବା ଶାରୀରିକ, ମାନସିକ, ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମ ନିର୍ଭରଶୀଳତା ଅଭାବ ସାଙ୍ଗକୁ ସାମାଜିକ କୁପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ବ୍ୟତୀତ ବାଲ୍ୟ ବିବାହ ରୋକିବା ସହ ଶିଶୁ ମାନଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ବିଶ୍ୱ ଯୁବ କେନ୍ଦ୍ର ତରଫରୁ ବିଦ୍ୟାଳୟ ବାହାରେ ଥିବା ଶିଶୁ ଙ୍କ ନାମ ଲେଖାଇବା ଓ ସଚେତନତା ଅଭିଯାନର ଆୟୋଜନ କରାଯାଉଛି। ବିଦ୍ୟାଳୟ ବାହାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମଲେଖା ଓ ନିୟମିତ ଉପସ୍ଥାନ ନିଶ୍ଚିତ କରିବା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କର ସହଯୋଗ କରିବାକୁ ନିବେଦନ କରାଯାଇଥିଲା ।

ଏହି ସଚେତନତା ଶିବିରରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ନର୍ଯାତନା ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନେ ଶିକ୍ଷାକୁ ହଁ,ବାଲ୍ୟ ବିବାହ କୁ ନାଁ ସମ୍ପର୍କରେ ଶପଥ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *