ନିଶ୍ଚିନ୍ତକୋଇଲି ,୨୬/୧୦/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) ମା ଗଜଲକ୍ଷ୍ମୀପୂଜା ଉପଲକ୍ଷେ କଟକ ସଦର ଅନ୍ତର୍ଗତ ଜନାର୍ଦନପୁର ଗ୍ରାମ ପଂଚାୟତ ର ଚିତ୍ରୋତ୍ପଳା ନଦୀ ତଟ ଶନିଶ୍ଚର ଘାଟ ସନ୍ନିକଟ ମଣ୍ଡପରେ ଲକ୍ଷ୍ମୀପୂଜା ଖୁବ ଧୂମଧାମ ରେ ପାଳନ କରାଯାଇଛି। ଶ୍ରୀ ଦ୍ବୀଜେନ୍ଦ୍ର ସାମଲ ଓ ଯଦୁମଣି ମଲ୍ଲୀକ ତଥା ଜନାର୍ଦ୍ଦନପୁର ଗ୍ରାମ ବାସୀ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ମୁଖ୍ୟ ପୂଜକ ଙ୍କ ନିର୍ଦ୍ଦେଶକ୍ରମେ ପୂଜକ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ।
ଏହାପରେ ଢୋଲ, ଗିନି ଓ ମୃଦଙ୍ଗ ଆଦି ପାରମ୍ପରିକ ବାଦ୍ୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଥିଲା।ଦାମୋଦର ପୁର ଘାଟ ରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂଜା ସମୟରେ ହରିବୋଲ ଓ ହୁଳହୁଳି ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ମାଆଙ୍କ ଆଗମନକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିମୟ ପରିବେଶ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ଜନାର୍ଦ୍ଦନ ପୁର ଗ୍ରାମ ବାସି ଓ ଗଜଲକ୍ଷ୍ମୀ ପୂଜା କମିଟିର ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ଶୁଭଖୁଣ୍ଟି ସ୍ଥାପନ ସହ ଅଞ୍ଚଳରେ ମା ଗଜ ଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ ହୋଇଥିଲା ।
