ରାଜ୍ୟସଭା ନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଙ୍କ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର,୦୫/୦୬/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ବିଜେପି ପ୍ରାର୍ଥୀ ଶ୍ରୀ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମନ୍ତ୍ରିମଣ୍ଡଳର ସଦସ୍ୟଗଣ ଏବଂ ବିଧାୟକଗଣ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଦେବାଶିଷ ସାମନ୍ତରାୟ ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିବା ପରେ ୧୧ଟାରେ ପଟୁଆରରେ ବାହାରି ପରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଦେବାଶିଷ ସାମନ୍ତରାୟ ବିଜେପିରେ ମିଶିବା ପରେ ବିଜେପିର ଶକ୍ତି ବଢିଛି। ଉପକୂଳ ରାଜନୀତିରେ ଦେବାଶିଷଙ୍କ ଦବଦବା ରହିଛି। ସେ ବିଜେପିରେ ମିଶିବା ଦ୍ୱାରା ଦଳ ଅଧିକ ଶକ୍ତିଶାଳୀ ହେଉଛି। ଅନ୍ୟ ନେତା ବିଜେପିକୁ ଆସିବାକୁ ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *