ନିଶ୍ଚିନ୍ତକୋଇଲି ରେ ଗଣକବି ବୈଷ୍ଣବ ପାଣିଙ୍କ  ଜୟନ୍ତୀ ସମାରୋହ ପାଳିତ

ନିଶ୍ଚିନ୍ତ କୋଇଲି,୨୬/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ଓଡ଼ିଆ ଗୀତିନାଟ୍ୟ ଜଗତ ର କାଳଜୟୀ ମୁକୁଟବିହୀନ ସମ୍ରାଟ, ଗଣହୃଦୟ ର ଭାଷ୍ୟକାର ତଥା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣିଙ୍କ ବ୍ଲକ ସ୍ତରୀୟ ୧୪୪ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ନିଶ୍ଚିନ୍ତ କୋଇଲି ବ୍ଲକ ସମ୍ବାଦ ସାହିତ୍ୟ ଘର ଓ ବେଲେଶ୍ୱରୀ ସଙ୍ଗୀତ କଳା ନିକେତନ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଵିଶିଷ୍ଟ ତବଲାଗୁରୁ ଗୋପୀନାଥ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରି ପାଣି ସାହିତ୍ୟ ର ସୁଦୂର ପ୍ରସାରୀ ବ୍ୟାପକତା ସମ୍ବନ୍ଧରେ ଆଲୋକପାତ କରିଥିଲେ।

ବେଲେଶ୍ୱରୀ ସଙ୍ଗୀତ କଳା ନିକେତନ ର ସହ ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା କ୍ରମେ ସମ୍ବାଦ ସାହିତ୍ୟ ଘର ସଭପତି ଫକୀର ଚରଣ ନାୟକ ଅଧ୍ୟକ୍ଷତା କରିଥିଲେ।କାର୍ଯ୍ୟକ୍ରମ ର ବରେଣ୍ୟ ଅତିଥି ଭାବେ ସମନ୍ଵୟ ର ସମ୍ପାଦକ ଶିକ୍ଷାବିତ୍ ଦେଵ ପ୍ରସାଦ କର,ସମାଜସେବୀ ଦେବବ୍ରତ ପଣ୍ଡା,ସୁନାମଧନ୍ୟ ଚିକିତ୍ସକ ଡାକ୍ତର ଅଶ୍ୱିନୀ କୁମାର ଲେଙ୍କା,ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା, ଓଡ଼ିଶା ପୁଲିସ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶେଖ ଜହୁର ଉଦ୍ଦିନ, ସଞ୍ଜିବନୀ ସେବା ଫାଉଣ୍ଡେସନ ର ସମ୍ପାଦକ ପ୍ରକୃତି ବନ୍ଧୁ ବିକ୍ରମ କେଶରୀ ନାଥ, ବରିଷ୍ଠ ସମାଜସେବୀ ବୈକୁଣ୍ଠ ଚରଣ ସାହୁ, ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁଧୀର କୁମାର କର, କଣ୍ଠଶିଳ୍ପୀ ଅନିତା କର,କ୍ଷୀରୋଦ ଚନ୍ଦ୍ର ଜେନା, ସ୍ନେହଲତା ରାଉତ, ରଶ୍ମିରେଖା ନାୟକ,ସୁବାସ ଗୋଚ୍ଛାୟତ ପ୍ରମୁଖ ଯୋଗଦାନ କରି ବୈଷ୍ଣବ ପାଣି ଙ୍କ ଅନନ୍ୟ ସାହିତ୍ୟ କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ପ୍ରାରମ୍ଭ ରେ ବୈଷ୍ଣବ ପାଣି ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ଗଣକବି ଙ୍କ ରଚିତ ସଙ୍ଗୀତ ଗାନ କରାଯାଇଥିଲା। ଶେଷରେ ସଙ୍ଗୀତ ଗୁରୁ ବିଜୟାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *