ଭୁବନ ୨୪/୦୮/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଶ୍ରୀମନ୍ତପୁର ଅଞ୍ଚଳରେ ସୋଲାର କରେଣ୍ଟ ଲାଗି ଏକ ମାଇ ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ଆନୁମାନିକ ୧୦ରୁ ୧୨ ବର୍ଷ ହେବ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ ଶ୍ରୀମନ୍ତପୁର ଅଞ୍ଚଳରେ ଏକ ମାଇ ହାତୀର ମୃତଦେହ ଠାବ ହୋଇଥିଲା। ସୋଲାର ବାଡ଼ରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି।ଘଟଣା ଜଣାପଡ଼ିବା
ପରେ ଷଡ଼ଙ୍ଗୀ ରେଞ୍ଜର ,ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ହାତୀଟିର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ଏବଂ ସୋଲାର ବାଡ଼ରେ ବିଦ୍ୟୁତ୍ ପ୍ରବାହ କିପରି ହେଲା, ସେନେଇ ତଦନ୍ତ ଚାଲିଛି।ଗଁଦିଆ ଅଞ୍ଚଳରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ହାତୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ବନ ବିଭାଗ ପକ୍ଷରୁ ସୋଲାର ବାଡ଼ଗୁଡ଼ିକର ନିୟମିତ ଯାଞ୍ଚ ଓ ହାତୀଙ୍କ ସୁରକ୍ଷା ପାଇଁ ଅଧିକ ନଜରଦାରୀର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
