କଟକ ର ଜନପ୍ରିୟ ଲୋକସଭା ସାଂସଦ ଭର୍ତୃହରି ମହତାବ ପାଇବେ ଡକ୍ଟରେଟ୍ ଉପାଧି, ଖୁସିର ଲହରୀ

କଟକ ସଦର,୦୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକର ଜନପ୍ରିୟ ଲୋକସଭା ସାଂସଦ,ସଂସଦ ରତ୍ନ, ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ବିଶେଷକରି ପୂର୍ବତନ ମୂଖ୍ୟମନ୍ତ୍ରୀ ଓ ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଡ଼ଃ ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଭର୍ତୃହରି ମହତାବ ଡକ୍ଟରେଟ୍ ଉପାଧି ପାଇବାକୁ ମନୋନୀତ ହୋଇଛନ୍ତି।

ଆସନ୍ତା ୧୫ ତାରିଖ ଦିନ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ୧୩ ତମ ସମାବର୍ତ୍ତନ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମର୍ଯ୍ୟାଦା ଜନକ ଡକ୍ଟରେଟ ଉପାଧୀ ଭର୍ତୃହରି ଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ସାଂସଦ ଭର୍ତୃହରି ଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *