ପାରାଵିଲରେ ଏସ ଆଇ ଆର୍ କାର୍ଯ୍ୟର ସମୀକ୍ଷା ଓ ତଦାରଖ କଲେ ଏ ଇ ଆର୍ ଓ କ୍ଷିରୋଦ କୁମାର ଦାଶ

କଟକ ସଦର, ୨୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ପାରାଵିଲ ସ୍କୁଲରେ  ଏସ ଆଇ ଆର୍ (ସ୍ୱତନ୍ତ୍ର ସଂଘନ ପ୍ରକ୍ରିୟା) କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛନ୍ତି ଏ ଇ ଆର୍ ଓ (ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ) ତଥା କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ। ଏଥିରେ ତାଙ୍କୁ ସହାୟତା କରିଥିଲେ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ବୁଥ ସ୍ତରୀୟ ଏଜେଣ୍ଟ (ବି ଏଲ ଏ) ବିଶ୍ୱଜିତ୍ ବାଡ଼ି, ବୁଥ ସ୍ତରୀୟ ଅଧିକାରୀ (ଵିଏଲଓ) ଦୂର୍ଗା ଚରଣ ମୁର୍ମୁ,ପରିଦର୍ଶକ ସମ୍ଭୁନାଥ ବେହେରା,ସେକ୍ ଅବଦୁଲ ଵୁରାହାନ, ଅଙ୍ଗନବାଡି କର୍ମୀ ସଂଯୁକ୍ତା ଦାଶ ଓ କେତେକ ଭୋଟର। ସୂଚନାଯୋଗ୍ୟ ଯେ ତହସିଲଦାର ଆଜି ଏହିପରି ୩୮ ଟି କେନ୍ଦ୍ରକୁ ଯାଇଁ ସମୀକ୍ଷା କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *