କେନ୍ଦ୍ରାପଡ଼ା, ୨୪/୦୮/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡ. ସେକ ସମସୁରଙ୍କ ୭୯ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି । ଖବରପାଇ ଅଷ୍ଟେଲିଆରେ ଥିବା ତାଙ୍କ ଝିଅ ଫରିଦା ଯାହାଁନାରା ଓ ଜ୍ୱାଇଁ ଆଜି ଭୁବନେଶ୍ୱରରେ ପହଂଚି ସ୍ୱର୍ଗତ ସମସୁରଙ୍କ ମର ଶରୀରକୁ ସାଙ୍ଗରେ ଧରି କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାସଭବନରେ ପହଂଚିିଛନ୍ତି । 
ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ପନôୀ ମୁସିମତ ଆରା ଓ ବଡନାତି ଏକବାଲ ନାସିମ ଉପସ୍ଥିତ ଥିଲେ । ଆସନ୍ତାକାଲି ଅପରାହ୍ନ ୨ଟାରେ ଜନାଜା ପାଠ କରାଯାଇ ବଡହାଟସ୍ଥିତ ଅହମଦିଆ କବରଖାନାରେ କବର ଦିଆଯିବ । ଡ. ସମସୁର କେନ୍ଦ୍ରାପଡା କଲେଜର ପଦାର୍ଥ ବିଜ୍ଞାନ ବିଭାଗରେ ୧୯୬୯ ମସିହାରେ ଜଣେ ଅଧ୍ୟାପକ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ । ପରେ ସେ ନିଜର ଦକ୍ଷତା ଓ ପାରଦର୍ଶିତା ବଳରେ ସମସ୍ତଙ୍କୁ ଆପଣାର କରିପାରିଥିଲେ । ୨୦୦୫ ମସିହାରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଯୋଗଦେଇ ୨୦୦୭ମସିହାରେ ଅବସରଗ୍ରହଣ କରିଥିଲେ । ଅବସର ପରେ ଡ. ସମସୁର ମାର୍ଶାଘାଇ ପିଏନଏସ କଲେଜରେ ଅଧ୍ୟକ୍ଷ ଭାବେ କାର୍ୟ୍ୟନିର୍ବାହ କରିଥିଲେ । ଏହାବ୍ୟତିତ କେନ୍ଦ୍ରାପଡା ରେସିଡେନସିଆଲ +୨ କଲେଜରେ ମଧ୍ୟ ଅଧ୍ୟକ୍ଷ ଭାବରେ ସେ କାର୍ୟ୍ୟ କରିଥିଲେ ।
କୋରାନକୁ ଓଡିଆରେ ସେ ଅନୁବାଦ କରିଥିଲେ । ସେ ଜଣେ ମୁସଲମାନ ହୋଇଥିଲେ ମଧ୍ୟ ହିନ୍ଦୁ ଶାସ୍ତ୍ର ଉପରେ ତାଙ୍କର ଅଗାଧ୍ୟ ଜ୍ଞାନ ଥିଲା । ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପ୍ରଫେସର ନନ୍ଦକିଶୋର ପରିଡା, ପ୍ରଫେସର ଦୁର୍ୟେ୍ୟାଧନ ପରିଡା, ଡ. ପ୍ରମୋଦ କୁମାର ଦାସ, ଡ. ପ୍ରଭାକର ମଲ୍ଲିକ, ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ପ୍ରଫେସର ଚିତରଞ୍ଜନ ଦାସ, ଭୁବନମୋହନ ଜେନା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
