ଅଭିନେତା ମୁକ୍ତିକାନ୍ତ ମହାପାତ୍ର ଅନ୍ତଃରାଷ୍ଟ୍ରୀୟ  ଗୈାରବ -୨୦୨୬ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର,୨୨/୦୯/୨୦୨୬ (ଓଡ଼ିଶା ସମାଚାର)- ଵର୍ଷିୟାନ ଅଭିନେତା ମୁକ୍ତିକାନ୍ତ ମହାପାତ୍ରଙ୍କୁ ଅଭିନୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ନ୍ୟାସନାଲ ଏକାଡେମୀ ଅଫ ସାକ୍ଷରତା ମିଶନ ପକ୍ଷରୁ ଭୁବନେଶ୍ୱରସ୍ଥ ଉତ୍କଳ ରଂଗମଞ୍ଚ ( ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର) ଠାରେ ଆୟୋଜିତ ଏକ ଵାର୍ଣ୍ଣାଢ୍ୟ ସମାରୋହରେ ଅନ୍ତଃରାଷ୍ଟ୍ରୀୟ ଗୈାରବ  ସମ୍ମାନ -୨୦୨୬ ସମ୍ମାନରେ ସମ୍ମାନିତ କରାଯାଇଛି।

  ଶ୍ରୀଯୁକ୍ତ ମହାପାତ୍ର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା,ଵସନ୍ତପୁର  ନୀବାସୀ ଆଦର୍ଶ ଶିକ୍ଷକ ଓ  ଶିକ୍ଷୟିତ୍ରୀ ସ୍ୱର୍ଗତ ଵ୍ରଜ କିଶୋର ମହାପାତ୍ର ଏବଂ ଗୋଲାପବାଳା ମହାପାତ୍ରଙ୍କ ସୁପୁତ୍ର ଅଟନ୍ତି। ସେ ମଞ୍ଚ,ଦୁରଦର୍ଶନ,ଆଲବମ ଓ ଚଳଚ୍ଚିତ୍ର ଧାରାବାହିକ ପ୍ରଭୃତିରେ ଦୀର୍ଘ ୫୦ ବର୍ଷଧରି ଅଭିନୟ କରିବା ସହ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶାର ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି। ନ୍ୟାସନାଲ ଏକାଡେମୀ ଅଫ ସାକ୍ଷରତା ମିଶନ ପକ୍ଷରୁ ସମ୍ମାନୀତ ହୋଇଥିବାରୁ ଶ୍ରୀ ମହାପାତ୍ରଙ୍କୁ ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ସମେତ ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *