ଜାଲନୋଟ ଧରାଇ ଛେଳିନେଇ ଦୃର୍ବୃତ ଛୁ

ନିରାକାରପୁର, ୩୦/୧୧/୨୦୨୩ (ଓଡ଼ିଶା ସମାଚାର)-୯ ହଜାର ଟଙ୍କାର ଜାଲନୋଟ ଧରାଇ ଏକ ଛେଳିନେଇ ଛୁ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଂକିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମରେ। ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ ହଜ ଆଦିବାସୀ ସାହିର ପାଣ୍ଡବ ନାୟକ ନାମକ ଜଣେ ୭୦ବର୍ଷବୟସ୍କ ଗରିବ ବୃଦ୍ଧ ନିଜେ ପାଳିଥିବା କେତେକ ଛେଳିକୁ ନେଇ ହଜ-ସିକୋ ରାସ୍ତାର ଟାଂକୋଳ ଛକ ନିକଟରେ ରାସ୍ତାପାର୍ଶ୍ବରେଥିବା ଜଂଗଲରେ ଗତକାଲି ପୂର୍ବାହ୍ନ ୧୧ଘଟିକା ସମୟରେ ଚରାଉଥିଲେ। ଏତିକିବେଳେ ହଜ ରୁ ସିକୋ ଅଭିମୂଖେ ଏକ ନୀଳରଂଗର ବାଇକରେ ଯାଉଥିବା ଜଣେ ଅଚିହ୍ନାବ୍ୟକ୍ତି ଗୋଠରେ ଥିବା ବଡଛେଳି(ବୋଦା)କୁ ମୂଲଚାଲ କରିଥିଲା। ଶେଷରେ ଏହା ୯ହଜାର ଟଂକାରେ ବିକ୍ରି କରାଯିବ ବୋଲି ସ୍ଥିର କରାଯାଇଥିଲା। ଏହି ଅଚିହ୍ନାଦୃବୁର୍ତ ଜଣକ ପାଖରେ ରଖିଥିବା ଏକ ବଡବ୍ୟାଗରେ ଛେଳିଟିକୁ ଭର୍ତିକରି ବଜାରରେ ପିଲାଙ୍କ ଖେଳଣା ଭାବେ ବିକ୍ରି କରାଯାଉଥିବା ଜାଲ ୯ହଜାର ଟଂକା ବୃଦ୍ଧ ଜଣଙ୍କ ହାତରେ ଧରାଇ ସେଠାରୁ ଫେରାର ହୋଇଯାଇଥିଲା। ବୃଦ୍ଧଲୋକ ଜଣକ ଏହା ଅସଲି କି ନକଲି ପ୍ରଥମେ ଜାଣିପାରିନଥିଲେ। ପରେ ଘରକୁ ଅନ୍ୟ ଛେଳିମାନକୁଂ ଧରି ଫେରିବାପରେ ଘରଲୋକ ଏହା ଜାଲ ନକଲି ନୋଟବୋଲି ଜଣାପଡିଥିଲା। ତେବେ ବୟସାଧିକ ହେତୁ ବୃଦ୍ଧଜଣକ ପୋଲିସନିକଟରେ ଅଭିଯୋଗ କରିନାହାନ୍ତି। ଏଅଂଚଳରେ ଏହିଭଳି ଅନେକ ଦୃର୍ବୃତ ବୁଲୁଛନ୍ତି। ସ୍ଥାନୀୟ ଅଂଚଳରେ ବ୍ରାଉନସୁଗାରର ଅବାଧ ବିକ୍ରି ଓ ସେବନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟିହେଉଥିବା ସାଧାରଣରେ ମତପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତୁପକ୍ଷ ତୁରନ୍ତ ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *