“କଳାହାଣ୍ଡି ଜିଲ୍ଲା ପଣ୍ଡରା ମାଳି ସମାଜ ଭବନ ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼, ୧୫/୧୦/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) -ଜୁନାଗଡ ବ୍ଲକ ଅନ୍ତର୍ଗତ ସନ୍ୟାସୀ କୁଣ୍ଡମାଳ ଛୋରିଆ ଗଡ଼ ଛକ  ଠାରେ ଜିଲ୍ଲାର କେନ୍ଦ୍ରସ୍ଥଳି “କଳାହାଣ୍ଡି ଜିଲ୍ଲା ପଣ୍ଡରାମାଳିସମାଜ ଭବନର” ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି  । ପ୍ରଥମେ ଝାକର ଙ୍କ ଦ୍ଵାରା ସେଇ ଜାଗାରେ ରୀତିନୀତି ଅନୁସାରେ ପୂଜାର୍ଚନା କରି ଶୁଭ ନାରିକେଳ ଭାଙ୍ଗି ପଣ୍ଡରା ମାଳି ସମାଜ ର ସମସ୍ତ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଭୂମି ପୂଜନ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ, ସମାଜ କଲ୍ୟାଣ ପାଇଁ  ନିଜସ୍ୱ ଇଛା ରେ ୫୦ ଡିସମିଲ ଜାଗା ଦାନ ଦେଇ ଥିବା ପଣ୍ଡରା ମାଳି ସମାଜ ରପୂର୍ବତନ ଯୁବ ବାହିନୀ ସଭାପତି, ବର୍ତମାନ ର ଆଇନ ପରାମର୍ଶ ଦାତା ତଥା ବିଶିଷ୍ଟ ସମାଜ ସେବୀ ଦୁର୍ଗା ପ୍ରସାଦ ନାଏକ  ଙ୍କୁ ପଣ୍ଡରା ମାଳି ସମାଜ କଳାହାଣ୍ଡି ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ  ପାଣ୍ଡରା ମାଳି ସମାଜ ସେବା ସଂଘ କଳାହାଣ୍ଡି ଜିଲ୍ଲା ର କୁଲପତି ପ୍ରକାଶ ଚନ୍ଦ୍ର ନାଏକ, ଜିଲ୍ଲା ସଭାପତି ଈଶ୍ୱରୀ ପୁଝାରୀ, ଆଇନ ପରାମର୍ଶ ଦାତା ଦୁର୍ଗା ପ୍ରସାଦ ନାଏକ, ସନ୍ୟାସୀ କୁଣ୍ଡାମାଲ ଗ୍ରାମ ର ବରିଷ୍ଠ ସମାଜ ସେବୀ ତଥା  ମାଝୀ ବଂଶ ପୁଝାରୀ ଉମାକାନ୍ତ ପୁଝାରୀ,ସମ୍ପାଦକ ଦୁର୍ଯ୍ୟୋଧନ ନାଏକ, ସହସମ୍ପାଦକ ବିଷ୍ଣୁ ପ୍ରସାଦ ନାଏକ, ସଂଗଠନ ସମ୍ପାଦକ ଧନୁର୍ଯ୍ୟ ମାଝୀ, ପାନା ବେଡା ଚନ୍ଦାହାଣ୍ଡି ସଂଚାଳକ ପୁରୁଷୋତ୍ତମ ପାରି, କୋଷାଧ୍ୟକ୍ଷ ମଧୁସୂଦନ ନାଗେଶ, ଉପଦେଷ୍ଟା ବଳଭଦ୍ର ବିଷି, ଉପଦେଷ୍ଟା ଗୌର ହରି ନାଏକ,କଲାହାଣ୍ଡି ଜିଲ୍ଲା ଯୁବ ବାହନୀ ସଭାପତି ଭବାନୀ ଶଙ୍କର ବଣିଆ, ଜିଲ୍ଲା ଯୁବ ବାହିନୀ ସମ୍ପାଦକ ଲୋକେଶ ନାଏକ, ଧର୍ମଗଡ NAC  ଯୁବ ବାହିନୀ ସଭାପତି  ସୌମ୍ୟ  ରଞ୍ଜନ ନାଏକ ,ରାଜେନ୍ଦ୍ର ଭୋଇ, ବେଣୁ ଧର ନାଏକ,ଭରତ ରଣା, ବିଡୁ ନାଏକ,କାରଗିଲ ବଣିଆ,ଶ୍ରବଣ ପୁଝାରୀ, ଧର୍ମାନନ୍ଦ ନାଏକ୍,ବିଷ୍ଣୁ ନାଏକ,ଦୁଷ୍ମନ୍ତ ବଣିଆ,ପ୍ରମୁଖ ଉପସ୍ଥିତ ରହିଥିଲେ ।ପରି ଶେଷରେ ସମସ୍ତେ ମିଶି ସମାଜ ର ଏକତା ଅଖଣ୍ଡତା ମଙ୍ଗଳ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *