କଳପଡା ବରିଷ୍ଠ ନାଗରିକ ମଂଚର ବୃକ୍ଷରୋପଣ

କେନ୍ଦ୍ରାପଡ଼ା,୦୬/୦୯/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ଗ୍ରାମପଂଚାୟତ ଏବଂ ବରିଷ୍ଠ ନାଗରିକ ମଂଚର ମିଳିତ ଆନୁକୂଲ୍ୟରେ ପ୍ରାକ୍ତନ ରାଷ୍ଟ୍ର୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଉପଲକ୍ଷେ କଳପଡା ପଂଚାୟତର ଖସାଡି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଂଚାୟତ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ନାଗରିକ ମଂଚର ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନେଶ୍ୱର ସାହାଣୀ, ଜଗନ୍ନାଥ ସ୍ୱାଇଁ, ସଭାପତି ସୁଧାଂଶୁ ପ୍ରସାଦ ନାୟକ, ସମ୍ପାଦକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ମନମୋହନ ସାମଲ, ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସ୍ୱାଇଁ, ବସନ୍ତ ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । ସେହି ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନସୀ ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *