ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର, ୬୨୭ ପଞ୍ଜିକୃତ 

କଟକ ସଦର,୨୩/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଆଜି ରବିବାର ଦିନ ୪୨ ମୌଜା କଳପଡା କଲ୍ୟାଣ ମଣ୍ଡପ ଠାରେ ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ଆନୁକୁଲ୍ୟରେ ଏକ ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହାକୁ ସଂଗଠନର ସଭାପତି ସମାଜସେବୀ, ଶିକ୍ଷାବିତ, ପ୍ରଫେସର ମନୋଜ ନାୟକ ଉଦଘାଟନ କରିଥିଲେ। ପ୍ରତିକୂଳ ପାଗ ସତ୍ୱେ ୬୨୭ ଜଣ ବିଭିନ୍ନ ରୋଗୀ ନାଁ ପଞ୍ଜୀକରଣ କରି ଅଭିଜ୍ଞ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ପରୀକ୍ଷା ନିରୀକ୍ଷା କରିଥିବା ଜଣାପଡିଛି।

କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠନର ମୁଖ୍ୟ ଉପଦେଷ୍ଟା ଵିଜୟ କୁମାର ନାୟକ, ପୂର୍ବତନ ସରପଂଚ ସରୋଜ କୁମାର ନାୟକ, ସମରେନ୍ଦ୍ର ମହାପାତ୍ର, ପ୍ରକାଶ ମାଝି, ସୁନିଲ୍ କୁମାର ମୁଦୁଲି, ଅଭିମନ୍ୟୁ ସାହୁ, ସୂଦର୍ଶନ ଜେନା,ସୂରଜ ବେହେରା, ସୂର୍ଯ୍ୟ ଭୁୟାଁ ପ୍ରମୁଖ ସଂଗଠନର ବହୁ ସଦସ୍ୟ ସହାୟତା କରିଥିଲେ। କଟକ ସଦର ଅଞ୍ଚଳର ୪୨ ମୌଜା ଠାରେ ପ୍ରଥମ ଥର ପାଇଁ ସଂଗଠନ ପକ୍ଷରୁ କରାଯାଇଥିବା ଏଭଳି ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ସର୍ବ ଜନାଦୃତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *