ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଷ୍ଟାଫ୍ କ୍ୱ।ର୍ଟର ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ!

କଟକ ସଦର, ୨୨/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୪ କୋଟି ବ୍ୟୟ ଅଟକଳରେ ନିର୍ମାଣାଧୀନ ଷ୍ଟାଫ୍ କ୍ୱ।ର୍ଟରରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ହେଉଛି। ପୂର୍ତ୍ତ ଓ କୋଠାବାଡ଼ି ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ନିର୍ମାଣ କାର୍ଯ୍ୟ ନିଅଁ ନଖୋଳି ଢଳେଇ ନଦେଇ କେବଳ ବାଲି ଉପରେ ଇଟା ଯୋଡେଇ ହେଉଥିବା ଦେଖାଯାଇଛି।

ଯାହାଫଳରେ ଅସରାଏ ବର୍ଷାରେ ବାଲି ଧୋଇଯାଇ ନିମ୍ନ ମାନର କାର୍ଯ୍ୟକୁ ପଦାରେ ପକାଇଛି। ସେଥିରେ ନିର୍ମାଣ ସ୍ଥଳକୁ ବିଭାଗୀୟ ଯନ୍ତ୍ରୀ ଆସୁନଥିବାରୁ ଠିକା ସଂସ୍ଥା ତାଙ୍କର ମନମୁଖୀ କାର୍ଯ୍ୟ ଚଳାଇଥିବା ଜଣାପଡିଛି। ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀଦିନରେ ଉକ୍ତ ନିର୍ମାଣ କୁ ଜନ ଅସନ୍ତୋଷ ଦେଖା ଦେବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *