ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସରେ ମେସିନ କାର୍ଯ୍ୟକ୍ଷମ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ

ବାଲିଗୁଡା, ୨୪/୦୮/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲାର  ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସରେ ମେସିନ ନଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଗୁଡା ବ୍ଳକର  ୮ରୁ ଅଧିକ ପଞ୍ଚାୟତ ବାସୀ ନିର୍ଭର କରନ୍ତି। ଏଠାରେ ଏକ୍ସରେ ମେସିନ ନଥିବାରୁ ରୋଗୀ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଓ ଅନ୍ୟତ୍ର ଯାଇଥାନ୍ତି। ପୂର୍ବରୁ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଦୁଇଟି ଏକ୍ସରେ ମେସିନ କିଣାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟ ପଡ଼ିରହିଛି । ଏ ସମ୍ପର୍କରେ ବିଡିଓ, ଉପ- ଜିଲାପାଳ, ସାଂସଦଙ୍କ ନିକଟରେ ଲିଖିତ ଅବଗତ କରାଯାଇଛି ତଥାପି ସୁଫଳ ମିଳୁନି । ବାରଖମା ସ୍ଵାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ବିକାଶ କରି ତୁରନ୍ତ ଏକ୍ସରେ ମେସିନ କାର୍ଯ୍ୟକ୍ଷମ କରାନଗଲେ ସେପ୍ଟେମ୍ବର ମାସରେ ଚିକିତ୍ସାଳୟ କେନ୍ଦ୍ର ସମ୍ମୁଖରେ ଗଣଧାରଣା ଦେବୁ ବୋଲି ବାରଖମା ପଞ୍ଚାୟତ ଜନପ୍ରତିନିଧି ତଥା ସମାଜ ସେବୀ ପରମାନନ୍ଦ ନାୟକ କହିଛନ୍ତି । ଏ ବାବଦରେ ଡାକ୍ତର ଦେବଦାସ କ‌ହିଛନ୍ତି ଯେ ଏକ୍ସରେ ମେସିନ ନିମନ୍ତେ ସ୍ବତନ୍ତ୍ର ଗୃହ ନ‌ଥିବାରୁ ତାହା ସଂଯୋଗ ହୋଇପାରୁନି। ଗୃହ ନିର୍ମାଣ ହେଲେ ମେସିନ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କ‌ହିଛନ୍ତି ।

Leave a Reply

Your email address will not be published. Required fields are marked *