କଟକ ସଦର,୨୩/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଇତିମଧ୍ୟରେ ବିଜୁ ଜନତା ଦଳ ବଳ ବୃଦ୍ଧି ପାଇଁ ବିଭିନ୍ନ ଛାମୁଆ ସଂଗଠନକୁ ସଜାଡ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କଟକ ମହାନଗର ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ଭାବେ ଏ ଶ୍ରୀଦେବୀ ଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ମିତାଲୀ ଭଞ୍ଜଙ୍କୁ ଦାୟିତ୍ଵ ଦେଇଥିବା ପ୍ରେସ୍ ରିଲିଜ୍ ରୁ ଜଣାପଡିଛି। ସେହିପରି ମହାନଗର ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ସୌମ୍ୟଦର୍ଶନ ବେହେରା ଙ୍କୁ ନିଯୁକ୍ତି ମିଳିଛି।

କଟକ ମହାନଗର ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ହେଲେ ଏ ଶ୍ରୀ ଦେବୀ
