ଜ଼ିଲ୍ଲା ସ୍ତରୀୟ ବିଶ୍ୱ କର୍କଟ ଦିବସ ପାଳନ

ଜଗତସିଂହପୁର,୦୪/୦୨/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର  ସଭାଗୃହଠାରେ ବିଶ୍ୱ କର୍କଟ ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଫେବୃୟାରୀ ମାସ ୪ ତାରିଖରେ ଏହି ଦିବସ ସାରା ବିଶ୍ୱରେ ପାଳିତ ହୋଇଥାଏ । ଉକ୍ତ ସଭାରେ ଅତିରିକ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ଜେନା  ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ  ଅଭିଭାଷଣରେ ବିଶ୍ୱ କର୍କଟ ଦିବସ ପାଳନର  ଆଭିମୁଖ୍ୟ ଭାବେ ଲୋକମାନଙ୍କ ଭିତରେ ସଚେତନତା ବୃଦ୍ଧି ହବା ଦରକାର,  ଯାହା ଦ୍ୱାରା ନିଜେ କିପରି ଲକ୍ଷଣ ଦେଖି ଯଥାଶୀଘ୍ର ଚିକିତ୍ସା କରାଇପାରିବେ ଓ ନିଶ୍ଚିତ ମୁର୍ତ୍ତୃ ମୁଖରୁ ଉଦ୍ଧାର ପାଇପାରିବେ ବୋଲି କହିଥିଲେ । ବିଶେଷ କରି ମହିଳାମାନେ କିପରି ନିଜର ଲକ୍ଷଣ ଜାଣିପାରିବେ ଓ ପରୀକ୍ଷା କରିପାରିବେ ଓ  ନିଜକୁ  ସ୍ତନ କର୍କଟ ଓ ଗର୍ଭାଶୟ କର୍କଟରୁ ରକ୍ଷା କରିପାରିବେ ।  ଯଦି ସଅଳ ଚିହ୍ନଟ ହୁଏ ଏବଂ ଉପଯୁକ୍ତ ଚିକିତ୍ସା କରାଯାଏ, ତେବେ କର୍କଟ ରୋଗ ଆରୋଗ୍ୟ ସାଧ୍ୟ,  ସମ୍ପୂର୍ଣ ସେବା ପ୍ରଦାନ ନିମନ୍ତେ ପ୍ରତ୍ୟେକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋଥେରାପି କେନ୍ଦ୍ର ଖୋଲାଯାଇଅଛି ,ଯାହାଦ୍ୱାରା ଚିକିତ୍ସା ସେବା ଓ ପରାମର୍ଶ ଦିଆଯାଉଅଛି,   କର୍କଟ ଏକ ବ୍ୟୟ ବହୁଳ ଚିକିତ୍ସା, ସଅଳ ଚିହ୍ନଟ ନ ହେଲେ ଆରୋଗ୍ୟ ମଧ୍ୟ ହୋଇପାରିନଥାଏ, ମୃତ୍ୟୁ ନିଶ୍ଚିନ୍ତ।  ଏବେ ଆମ ସରକାରଙ୍କ ତରଫରୁ ଏହାର ଚିକିତ୍ସା ନିମନ୍ତେ ମାଗଣାରେ ପରାମର୍ଶ ଓ  ଔଷଧ ବ୍ୟବସ୍ଥା କରାଯାଇଅଛି  ବୋଲି ଡାକ୍ତର ଜେନା ଅବଗତ କରାଇଥିଲେ  ।  ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟଂତ୍ରଣ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ନିଜ ଅଭିଭାଷଣରେ ଚଳିତ  ବର୍ଷର ଏହି ଦିବସର ବାର୍ତ୍ତା “ସକ୍ରିୟ ଦକ୍ଷତାର ଉପଯୋଗରେ ସମ୍ମିଳିତ କର୍କଟର ନିରାକରଣ ” ଯଥା :  ଜୀବନଶୈଳୀର ପରିବର୍ତ୍ତନ ଓ  ଖାଦ୍ୟପେୟର ପରିବର୍ତ୍ତନ ଧୁମ୍ରପାନ  ଯୋଗୁଁ ମଧ୍ୟ କର୍କଟ ହୋଇଥାଏ । ରୋଗର ନିୟଂତ୍ରଣ ନିମନ୍ତେ ମାଣ୍ଡିଆ, ଘର ତିଆରି ଛତୁଆ,  ପନିପରିବା, କମ ତେଲଯୁକ୍ତ ଖାଦ୍ୟ ଇତ୍ୟାଦି ଖାଇବା ସ୍ୱାସ୍ଥ୍ୟପାଇଁ ଭଲ,   କିନ୍ତୁ ଆଜିକାଲି ଲୋକ ସେସବୁକୁ ଖାଦ୍ୟଭାବେ ଗ୍ରହଣ ନ କରି ସ୍ଟାଟସ ଦେଖେଇବାକୁ ଫାଷ୍ଟ ଫୁଡ଼ ଓ ଜଙ୍କ ଫୁଡ ଆଡକୁ ଅଳ୍ପ ବୟସରୁ ଆକୃଷ୍ଟ ହେବା ଓ ତମାଖୁ ବ୍ୟବହାର କରିବା ଦ୍ୱାରା ଫୁସଫୁସ ଜନିତ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ସଚେତନତାର ଅଧିକ ଆବଶ୍ୟକ,  ଯାହାଦ୍ୱାରା କର୍କଟ ସଅଳ ଚିହ୍ନଟ ହୋଇପାରିଲେ , ଏ ଜନିତ ମୁର୍ତ୍ତୃକୁ ରୋକାଯାଇପାରିବ ବୋଲି କହିଥିଲେ।ଏପିଡେମିଓଲୋଜିଷ୍ଟ ଡାକ୍ତର ସ୍ମୃତିରଞ୍ଜନ ପଣ୍ଡା ନିଜ ଅଭିଭାଷଣରେ  କର୍କଟ ଏକ ଭାଇରସ ଦ୍ୱାରା ହୋଇଥାଏ , ସୁସ୍ଥ ଜୀବନ ନିମନ୍ତେ ନିୟମିତ ବ୍ୟାୟାମ କରିବା, ଯୋଗାଭ୍ୟାସ, କମ ତେଲମସଲା ଯୁକ୍ତ ଖାଦ୍ୟା ଖାଇବା, ନିଶାଠାରୁ ଦୂରେଇରହିବା, ଅପ୍ରାପ୍ତ ବୟସରେ ଯୌନ ସମ୍ପର୍କ ଓ ଗର୍ଭଧାରଣାଠାରୁ ଦୂରେଇ ରହିବା, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କର୍କଟ ରୋଗର ଲକ୍ଷଣ ଓ ପ୍ରତିରୋଧ ସମ୍ୱନ୍ଧୀୟ ପରାମର୍ଶ ନେବା ବିଷୟରେ ଅବଗତ କରାଇଥିଲେ ।  ଜ଼ିଲ୍ଲା ଆକାଉଣ୍ଟ ମ୍ୟାନେଜର ନୀଳମାଧଵ ରଥ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା କର୍କଟ ରୋଗର ପ୍ରତିରୋଧ, ନିୟଂତ୍ରଣ  ଓ ଚିକିତ୍ସା ନିମନ୍ତେ ଚାଲିଥିବା କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ ।  ନାରାୟଣୀ ଓ ମହିମା ସ୍କୁଲ ଅଫ ନର୍ସିଂର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କର୍କଟ ରୋଗ ବିଷୟରେ ଏସେ ପ୍ରତିଯୋଗିତା କରାଯାଇଥିଲା ଓ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଭା ପରିଚାଳନା କରିଥିଲେ । ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଜ଼ିଲ୍ଲାସ୍ତରରୁ  ନର୍ସିଂ ଅଫିସର  କଲ୍ୟାଣୀ ବଳ, ମାମୁନି ଦାସ,  ପରାମର୍ଶଦାତ୍ରୀ ସୁସ୍ମିତା ରାଉତ, ମହିଳା ଆରୋଗ୍ୟ ସମିତି ଜଗତସିଂହପୁରର ମେମ୍ବରମାନେ,  ମହିମା ଓ ନାରାୟଣୀ  ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *