ବିଷ୍ଣୁପ୍ରିୟା ସେବା ସମିତି ପକ୍ଷରୁ ଚାରା ରୋପଣ,୬୦ ହଜାର ଟପିଲା

କଟକ ସଦର ,୨୩/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ରଘୁନାଥ ମହୁରା ଠାରେ ଆଜି ରବିବାର ଦିନ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ପକ୍ଷରୁ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି।

ଉକ୍ତ ଚାରା ରୋପଣ କାର୍ଯ୍ୟକ୍ରମରେ ସେବା ସମିତି ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଯୋଗଦେଇ ଚାରା ରୋପଣର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମିତି ପକ୍ଷରୁ ୧ ଲକ୍ଷ ଚାରା ରୋପଣ କରାଯିବାକୁ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ଏବେ ସୁଦ୍ଧା ୬୦ ହଜାର ଚାରା ରୋପଣ ହୋଇଥିବା ଏବଂ ଯଥା ଶୀଘ୍ର ଷଣ୍ଢ ଓ ଵୁଲା ଗାଈଗୋରୁଙ୍କ ପାଇଁ ଏକ ଗୋଶାଳା ପ୍ରତିଷ୍ଠା ହେବ ବୋଲି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ସୂଚନା ପ୍ରଦାନ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ଜେନା, ପରମହଂସ ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ନିର୍ମଳ ଦାସ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ଜେନା, ପୂର୍ବତନ ସମିତି ସଭ୍ୟ ପ୍ରଭାତ ବେହେରା, ଜିତେନ୍ଦ୍ର ଦାଶ, ନିଗମ ରାଉତ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିବିଶେଷକଙ୍କୁ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *