ବାଜିରାଉତ କଲେଜ ରେ ‘ତ୍ରିରଙ୍ଗା ଶୋଭାଯାତ୍ରା’ ଅନୁଷ୍ଠିତ

ଭୁବନ, ୧୧/୦୮/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ କଲେଜ ପ୍ରଶାସନ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ‘ତ୍ରିରଙ୍ଗା ଶୋଭାଯାତ୍ରା’ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଭୂୟାଁ ଯୋଗଦେଇ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସହିଦମାନଙ୍କୁ ସ୍ମରଣ କରିବା ସହ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନର ବାର୍ତ୍ତାକୁ ସହରରୁ ଗାଁ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ସ୍ୱତନ୍ତ୍ର ଶୋଭାଯାତ୍ରାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଏନ୍.ସି.ସି. ଓ ସ୍କାଉଟ୍‌ର କ୍ୟାଡେଟମାନଙ୍କ ସମେତ କଲେଜର ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏବିଭିପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଚିନ୍ମୟୀ ପ୍ରଧାନ, ଛାତ୍ରୀ ନେତ୍ରୀ ଶୁଭସ୍ମିତା ମହନ୍ତ, ଶ୍ରୀୟା ବାରିକ, ନେହା ଅଗ୍ରୱାଲା, ବର୍ଷାରାଣୀ ସାମନ୍ତରାୟ, ପ୍ରୀତି, ପୂଜା ଦାସ ଏବଂ ଛାତ୍ର ନେତା ପ୍ରଜ୍ଞାରଞ୍ଜନ ସାହୁ, ବିଶ୍ୱଜିତ୍ ବେହେରା, ପ୍ରଶାନ୍ତ ଦାଶ, ପ୍ରୀତି ରଞ୍ଜନ ସାହୁ, ସତ୍ୟଜିତ୍ ସାହୁ, ମହେଶ୍ୱର କର, ରାଜା, ରୁଦ୍ର ଦାସ, ଆଶିଷ ସାହୁ ଓ ରାଜେଶ ସାହୁଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *