ଭୁବନ ୧୧/୦୮/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଜନୈକ ଯୁବକ କାଠ ଆଣିବାକୁ ଯାଇ ନଦୀ କୁଦରେ ଫଶି ଯାଇଥିଲେ । ଅଜି ସକାଳ ସମୟରେ ଗୋବିନ୍ଦପୁର ଗ୍ରାମର ଦୁଇ ଯୁବକ ମିଥୁନ ମଲିକ୍ ଓ ଦେବାଶିଷ ଦାସ ବନ୍ୟାରେ ବ୍ରାହ୍ମଣୀ ନଦୀରେ କାଠ ଆସୁଥିବା ଜାଣି ନଦୀକୁ ଯାଇଥିଲେ ।
କିଛି ସମୟ ଭିତରେ ନଦୀରେ ମାତ୍ରାଧିକ ପାଣି ଆସିବାରୁ ଚତୁଃପାର୍ଶ୍ଵରେ ପାଣି ଘେରି ଯାଇଥିଲା ଓ ଦୁଇ ଜଣ ଙ୍କ ରହିଯାଇଥିଲେ । ମିଥୁନ ସାହସ କରି ପହଁରି ଆସିଥିବା ବେଳେ ଅନ୍ୟ ଜଣକ ଆସିପାରି ନଥିଲେ । କୁଦରେ ଜଣେ ରହିଯାଇଥିବା ସମ୍ପର୍କରେ ଲୋକଙ୍କୁ କହିବା ସହ ଅଗ୍ନିଶମ ବାହିନୀ ଙ୍କୁ ଫୋନ କରି ଜଣାଇଥିଲେ । ଘଟଣା ସ୍ଥଳରେ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚି ବୋଟ ସାହାଯ୍ୟ ରେ ସୁରକ୍ଷିତ ସହ ଉଦ୍ଧାର କରିଥିଲେ ।
ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ର ମୁଖ୍ୟ ଅଗ୍ନି ଯୋଦ୍ଧା ସୁଶାନ୍ତ କୁମାର ରାଉତ, ଜିତେନ୍ଦ୍ର କୁମାର ସ୍ଵାଇଁ , ରାଜ କିଶୋର ମହାନ୍ତି,ମୁନା ସାହୁ, ଅଖିଲ ମୋହନ ପରିଡା, ଅଲେଖ ରାଉତ, ମାନସ ରଞ୍ଜନ ବେହେରା ଓ ସ୍ଥାନୀୟ ଲୋକଙ୍କ ସହଯୋଗ କରିଥିଲେ ଉଦ୍ଧାର କରିଥିଲେ ।
