କଟକ ସଦର,୧୧/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀପ ତଳ ଅନ୍ଧାର ଭଳି କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦେହୁରୀ ସାହି ରାସ୍ତା ଏବେ ଖାଲ ଖମାରେ ପରିପୂର୍ଣ୍ଣ ହୋଇ ମରଣଯନ୍ତା ପାଲଟିଛି। ଯାହା ଫଳରେ ଲୋକମାନେ ଅସରାଏ ବର୍ଷା ହେଲେ ଘରୁ ବାହାରି ନପାରି ଗୃହ ଵନ୍ଦୀ ହୋଇ ହିନସ୍ଥା ଭୋଗୁଥିବା ଅଭିଯୋଗ ହେଉଛି। 
ସେହିପରି ଉକ୍ତ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏକ ୨୦ କଡ଼ି ସତୃଘନ ଦେହୁରୀ ଘରକୁ ଥିବା ସରକାରୀ ଗଳିରାସ୍ତା ମୁଷ୍ଟିମୟ ଲୋକଙ୍କ ବେଆଇନ ଜବରଦଖଲ ରେ ସଂକୁଚିତ ହୋଇ ଏବେ ୫ କଡିରେ ଥିବା ଜଣାଯାଇଛି। ଯାହା ଫଳରେ ଲୋକମାନେ ଉକ୍ତ ରାସ୍ତା ଦେଇ ଯିବା ଆସିବା ରେ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି।ରାସ୍ତାକୁ ଜବରଦଖଲ ମୁକ୍ତ କରିବାକୁ ସଦର ତହସିଲଦାରଙ୍କ ନିକଟରେ ବାରମ୍ବାର ଆବେଦନ କରାଯାଉଥିଲେ ବି ସେଥିପ୍ରତି ଦୃଷ୍ଟି ଦିଆ ନଯିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ତୁରନ୍ତ ବେଆଇନ ଜବରଦଖଲ ହଟାଇବା ସହିତ ରାସ୍ତାର ଦୁରାଵସ୍ଥା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।
