କଟକ ସଦର ,୦୭/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ବିଜେଡ଼ି ସଂଗଠନ ଆଜକୁ କିଛିଦିନ ହେଲା କେବଳ ଚୌଦ୍ୱାର – କଟକ ନିର୍ବାଚନ ମଣ୍ଡଳୀରେ ବାନ୍ଧି ହୋଇଯାଇଛି। ଜିଲ୍ଲାର ଅନ୍ୟ ସବୁ ନିର୍ବାଚନ ମଣ୍ଡଳୀ ସଂଗଠନ ଠାରୁ ଦୂରେଇ ରହି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ କେବଳ ବାପ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ପୁଅ ବିଧାୟକ ସୌଭିକ ବିଶ୍ବାଳ ଙ୍କ ପଛରେ ପଡିଥିବା ଚର୍ଚ୍ଚା ହେଉଛି।
ତାଙ୍କ ସହିତ ବିଜେଡ଼ି ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର ପ୍ରମୁଖ ରାଜ୍ୟ ସଂଗଠନ କଥା ଭୁଲି ଚୌଦ୍ୱାର-କଟକରେ ମୁଣ୍ଡ ପୁରାଉଥିବା ଦେଖାଯାଉଛି। ହେଲେ ଏମାନଙ୍କ ଠାରୁ କେଏମସି ମେୟର ତଥା ରାଜ୍ୟ ବିଜେଡି କୋଷାଧ୍ୟକ୍ଷ ସୁବାସ ସିଂହ କିଛି ଦିନ ହେଲା ଦୂରେଇ ରହିଥିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହେଲେ ଆଗାମୀ ଦିନରେ ବିଜେଡ଼ି ବାପପୁଅ ଙ୍କୁ ରାଜନୀତିରେ ଚେକ୍ ଦେଉଛି ନାଁ ବାପପୁଅ ଏମାନଙ୍କ ଆଗକୁ ଵଢୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।
