କଟକ ୦୬/୧୧/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) କଳ୍ପନା ଫିଲ୍ମ ଏବଂ ଲିଭ ଲାଇଭ ଓଡ଼ିଆ ଫିଲ୍ମ ଦ୍ୱାରା ପ୍ରଯୋଜିତ ସମ୍ପୂର୍ଣ୍ଣ ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଅଲି ବଜରଙ୍ଗ ବଲିର ‘ ନାମ ଘୋଷଣା କରାଯାଇଛି । ଉକ୍ତ ଚଳଚିତ୍ରର କାହାଣୀ ରଚନା ସୋହମ ସିଂହ କରିଥିବାବେଳେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ଏସ ଦିଲ୍ଲୀପ ପଣ୍ଡା , ସଂଳାପ ବିଜୟ ରାଉଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ ଜେ ଏନ୍ ପଦ୍ମା,ଏହାର ମାର୍କେଟିଙ୍ଗ ଓ ପିଆର ପ୍ରଣୟ ଜେଠୀ ଅଛନ୍ତି। ଅଭିନୟରେ ସୋହମ ସିଂହ, ସସ୍ମିତା, ଚନ୍ଦନ କର, ଜୀବନ ପଣ୍ଡା,ଡିସ୍କୋ ରେଡୀ,ଊଷସୀ ମିଶ୍ର,ଭୂପତି ତ୍ରିପାଠୀ ,କେପି ଓ ଶିଶୁ କଳାକାର ଆରାଧ୍ୟା ପ୍ରମୁଖ ଅଛନ୍ତି। ଚଳଚିତ୍ରଟି ନଭେମ୍ବର ଶେଷ ସପ୍ତାହରେ ମହୁରତ ହେବା ସହ ସୁଟିଂ ଆରମ୍ଭ ହେlଇ ଆସନ୍ତା ଜାନୁଆରୀ ମାସରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି ଵୋଲି ପ୍ରଯୋଜକ ଡକ୍ଟର ଟିଟନ ସାହୁଙ୍କ ସୂତ୍ରରୁ ଜଣାପଡିଛି ।
କଳ୍ପନା ଫିଲ୍ମ ଏବଂ ଲିଭ ଲାଇଭ ଓଡ଼ିଆର ନୂତନ ଓଡ଼ିଆ ଚଳଚିତ୍ର ଅଲି ବଜରଙ୍ଗ ବଲିର ନାମ ଘୋଷିତ
