ମାହାଙ୍ଗା ବିଧାୟକ ଙ୍କ କୁଶ ପୁତ୍ତଳିକା ଦାହ

ମାହାଙ୍ଗା,୦୭/୦୩/୨୦୨୫(ଓଡିଶା ସମାଚାର /ଅଭୟ ଜେନା)-ମାହାଙ୍ଗା ରାଜନୀତି ରେ ଏବେ ଘଡିକେ ଘୋଡା ଛୁଟୁଛି ।  ଏଥିନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ।  ବିଜେଡି କର୍ମୀ ଓ ମାହାଙ୍ଗା  ବ୍ଲକ ଚେୟାରମ୍ୟାନ ଦୀପା ମଲ୍ଲିକ ଆଜି ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ର କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଗତ ୪ ତାରିଖ ଦିନ ମାହାଙ୍ଗା ବ୍ଲକ୍  ଉମର ହନୁମାନ ଛକରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତି ଭଙ୍ଗା ଘଟଣାରେ ଅଭିଯୁକ୍ତମାନଙ୍କ ଫଟୋ ଉଭୟ ପ୍ରତାପ ଜେନା ଓ ଶାରଦାଙ୍କ ସହ ଥିବା ସୋସିଆଲ ମିଡିଆରେ ଘୁରି ବିଲିବା ସହ ଉଭୟ ବିଜେଡି ଓ ଶାରଦାଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କ ଦଳୀୟ ସମ୍ପର୍କ ନେଇ କାଦୁଅ ଫିଙ୍ଗା ରାଜନୀତି ଚାଲିଛି।

ମାହାଙ୍ଗା ବିଜେଡି କର୍ମୀ ଓ ଖୋଦ ବ୍ଲକ ଅଧ୍ୟକ୍ଷା ଆଜି କୁଆଁପାଳସ୍ଥିତ ମାହାଙ୍ଗା ବ୍ଲକ ସମ୍ମୁଖରେ  ବିଧାୟକ ଶାରଦା ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଏଭଳି ହିନ ରାଜନୀତିରୁ ଦୂରରେ ରହି ମାହାଙ୍ଗାର ବିକାଶରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *