ବୈଠକରେ ସଙ୍ଗଠନ ଚର୍ଚ୍ଚା କମ୍, ପୂର୍ବତନ ନେତାଙ୍କ ବିରୁଦ୍ଧରେ ଵିଷୋଦଗାର ଅଧିକ
କଟକ ସଦର,୨୭/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଚୈ।ଦ୍ୱାର-କଟକର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଦଳ ରୁ ବହିଷ୍କାର କରାଯିବାକୁ ଦୂଇମାସ ବିତିଗଲାଣି। ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିବା ଅଭିଯୋଗରେ ବିଧାୟକ ପୁଅ ସୈ।ଭିକ ବିଶ୍ବାଳଙ୍କୁ ନିଲମ୍ବନ କରାଯିଵା ବି ମାସେ ବିତିଲାଣି। ହେଲେ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଂଗଠନକୁ ସଜାଡିବାକୁ ଘନଘନ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିଲେ ବି ବିକଳ୍ପ ନେତୃତ୍ୱ ଚୟନ ହୋଇପାରୁନାହିଁ।
ନେତୃତ୍ୱ ନେବାକୁ କେତେକ ତଥାକଥିତ ନେତା ଆଗ୍ରହ ପ୍ରକାଶ କରୁଥିବା ବେଳେ ଦଳ ସୁପ୍ରିମୋ ଏଯାବତ୍ କୈ।ଣସି ନିଷ୍ପତ୍ତି ନେଇପାରି ନାହାନ୍ତି। କାରଣ ବୈଠକରେ ସଂଗଠନ ଚର୍ଚ୍ଚା କମ୍ ହେଉଥିବା ବେଳେ ବିଶ୍ୱାଳ ବାପପୁଅଙ୍କ ବିରୁଦ୍ଧରେ ଵିଷୋଦଗାର ଅଧିକ ହେଉଥିବା ଚର୍ଚ୍ଚା ହେଉଛି। ଗଲା ଦୁଇମାସ ଭିତରେ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ନେତୃତ୍ଵରେ ରାଜ୍ୟର ଅନେକ ଵିଜଦ ନେତା ନିର୍ବାଚନ ମଣ୍ଡଳୀକୁ ଘନଘନ ଆସି ବୈଠକ କରି ନେତୃତ୍ଵ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଦ୍ୱନ୍ଦ ଲାଗିରହିଛି।
ସେଥିରେ ଅନ୍ୟ ବିଜେଡ଼ି ବିଧାୟକ ମାନେ କ୍ରସ ଭୋଟିଂ କରି ନିଲମ୍ବିତ ହୋଇଥିବା ବେଳେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ କିଏ ନେତୃତ୍ଵ ନେବ ସେଥିପ୍ରତି ଦୃଷ୍ଟି ନଦେଇ ଚୈ।ଦ୍ୱାର-କଟକ ଉପରେ ଏତେ ଗୁରୁତ୍ୱ ଦେବାର ମାନେ କ’ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ ରାଜ୍ୟସଭା ପ୍ରାର୍ଥୀ ଭାବେ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରଭାତ ବିଶ୍ବାଳ ବିରୋଧ କରି ଦଳରୁ ଜଣେ ନେତାଙ୍କୁ ପ୍ରାର୍ଥୀ କରିବାକୁ କହିଥିଲେ। ଏଥିପାଇଁ ସନ୍ତୃପ୍ତ ଙ୍କ ସହିତ ଅନ୍ୟ ନେତାମାନେ ପ୍ରଭାତଙ୍କ ପଛରେ ପଡ଼ିଯାଇଛନ୍ତି। ଏଥିରେ ପ୍ରଭାତ ବିଶ୍ବାଳ ଙ୍କ ପତିଆରା ବଢୁଛି ନାଁ ସନ୍ତୃପ୍ତ ମିଶ୍ର ଙ୍କ ପତିଆରା ବଢୁଛି ଆଗାମୀ ଦିନରେ ତାକୁ କେବଳ ଦେଖିବାକୁ ବାକି ରହିଲା।
