ବିର୍ଲ୍ଲା ସ୍କୁଲ ଅଫ୍ କମୁ୍ୟନିକେସନ ପକ୍ଷରୁ ମିଡିଆ ଫେଷ୍ଟ“ମିଡିଓସା-୨୦୨୬” ଆୟୋଜିତ

ଭୁବନେଶ୍ୱର,୦୭/୧୧/୨୦୨୬(ଓଡ଼ିଶା ସମାଚାର)-ବିର୍ଲ୍ଲା ସ୍କୁଲ ଅଫ୍ କମୁ୍ୟନିକେସନ, ବିର୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ବାର୍ଷିକ ମିଡିଆ ଫେଷ୍ଟର ଦ୍ୱିତୀୟ ସଂସ୍କରଣ “ମିଡିଓସା-୨୦୨୬” ମିଡିଆ ଫେଷ୍ଟ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି “ଆଟେନସନ୍ ଇକୋନୋମି-ଧ୍ୟାନ ଆକର୍ଷଣ ଓ ପ୍ରଭାବ ସୃଷ୍ଟି” । ଏହି ସମାରୋହରେ ଚଳଚ୍ଚିତ୍ର ସମୀକ୍ଷକ, ସାମ୍ବାଦିକ, ଗବେଷକ ଡଃ ସୂର୍ଯ୍ୟ ଦେଓ ସମ୍ମାନୀତ ଅତିଥି ଏବଂ ଅଭିନେତ୍ରୀ ତଥା ଝିଲିକ୍ ମୋସନ୍ ପିକଚର୍ସର ପରିଚାଳନା ନିର୍ଦେଶିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ୟୁନିଭରସିଟିର କୂଳଗୀତ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ବିର୍ଲ୍ଲା ସ୍କୁଲ ଅଫ୍ କମୁ୍ୟନିକେସନର ଡିନ୍ ଶିବ ଶଙ୍କର ଦାସ ଗଣର୍ଧ୍ୟମ ଅର୍ଥନୀତିରେ ଦର୍ଶକଙ୍କ ଧ୍ୟାନକୁ ଏକ ନୂତନ ମୁଦ୍ରା ଭାବେ ଅଭିହିତ କରିଥିଲେ । ଡଃ. ଜ୍ଞାନରଞ୍ଜନ ମିଶ୍ର ଶିକ୍ଷାକୁ ବ୍ୟବହାରିକ କ୍ଷେତ୍ରରେ ପ୍ରୟୋଗ କରିବାକୁ ଉତ୍ସାହିତ କରିଥିଲେ । ପ୍ରଫେସର ଅନୁଭା ରାୟ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ ପ୍ରତିଭାକୁ ପ୍ରୋତ୍ସାହିତ କରିଥିଲେ । ଡଃ. ସୂର୍ଯ୍ୟ ଦେଓଙ୍କ ଦ୍ୱାରା ପ୍ରସ୍ତୁତ ଓଡିଆ ସିନେମାର ଇତିହାସ ଓ ଯାତ୍ରା ସମ୍ପର୍କୀତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ମିଡଆ ଫେଷ୍ଟ ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗୀ ବଜାର “ଦ ଫ୍ଲି” ମଧ୍ୟ ଅତିଥିମାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଖାଦ୍ୟ, ପାନୀୟ ଓ ଖେଳ ସମ୍ପର୍କୀତ ୧୮ଟି ଷ୍ଟଲ୍ ୟୁନିଭରସିଟିର କୁଳପତି ଓ ସମ୍ମାନୀତ ଅତିଥିଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିଲା ।

କାର୍ଯ୍ୟକ୍ରମରେ ଦର୍ଶକଙ୍କ ଧ୍ୟାନ ଓ ଗଣମାଧ୍ୟମର ପ୍ରଭାବ ସମ୍ପର୍କରେ ଏକ ପ୍ୟାନେଲ ଆଲୋଚନା ମଧ୍ୟ ହୋଇଥିଲା । ଏଥିରେ ଓଡିଆ କଂନ୍ଟେଟ୍ କ୍ରିଏଟର ସିଦ୍ଧି ଶତପଥୀ, ସୋ÷ମ୍ୟ ବିଶ୍ୱଜିତ୍ ଓ ହିନା ମିର୍ଜାଙ୍କ ସହ ଝାଡଖଣ୍ଡର ଆତିଫ୍ ହବିବ୍ ଅନ୍ ଲାଇନ୍ ମାଧ୍ୟମରେ ଯୋଗଦେଇଥିଲେ । ଆଲୋଚନାରେ ବିଷୟବସ୍ତୁର ବାସ୍ତବତା, ସାଂସ୍କୃତିକ ଦାୟିତ୍ୱବୋଧତା ଓ ଦର୍ଶକଙ୍କ ସହ ଯୋଗାଯୋଗର ଗୁରୁତ୍ୱ ଉପରେ ମତ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *