ସାଲେପୁର,୦୬/୧୧/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲା ସାଲେପୁର କଂଗ୍ରେସ ପକ୍ଷରୁ ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବହୁଗ୍ରାମ ପଞ୍ଚାୟତ ବାହାଦୁଲାପାଟଣା ଫାର୍ମ ହାଉସ ପରିସର ରେ ସାଲେପୁର କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ଓଡ଼ିଶାର ଉପ ସଭାପତି ହରିବନ୍ଧୁ ଶତପଥି ଙ୍କ ନେତୃତ୍ୱରେ ସାଲେପୁର ଓ ଟାଙ୍ଗୀ ବ୍ଲକର ସମସ୍ତ ପଞ୍ଚାୟତ ରୁ ଶତାଧିକ ଯୁବ ଛାତ୍ର ଓ ମହିଳା କର୍ମୀମାନେ ଯୋଗ ଦେଇଥିଲେ।ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ଏବଂ ତୃଣମୂଳ ସ୍ଥରରେ ସଙ୍ଗଠନ କୁ ଅଧିକ ସୁଦୃଢ କରିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।ଏହି ସଭାକୁ କଟକ ଜିଲ୍ଲା କଂଗ୍ରେସ ର ସାଧାରଣ ସମ୍ପାଦକ ସୁଦାମ ବାରିକ ପରିଚାଳନା କରିଥିବାବେଳେ ନାରୀ ନେତ୍ରୀ କଳ୍ପନା ରାଉତ, ସାଲେପୁର ବ୍ଲକ ପୁର୍ବତନ ଉପାଧ୍ୟକ୍ଷ ରବୀନ୍ଦ୍ର ନାଥ କର, ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ମହାରଣା, ବିଜ୍ଞାନ ଭୂୟାଁ, ବୈକୁଣ୍ଠ ନାଥ ସ୍ୱାଇଁ, ମନୋଜ ଖିଲାର, ଚତୃଭୁଜ ସ୍ୱାଇଁ,ଶୀତୁ କର, ପ୍ରଭାତ ସାହୁ, ପ୍ରମୋଦ ମଲିକ୍, ସନ୍ତୋଷ ରାଉତ,ରବୀନ୍ଦ୍ର ଜେନା, ନିବାସ ନନ୍ଦ, ଜୋତି କର, ମାଧବ ବେହେରା, ଜଗନ୍ନାଥ ସାହୁ, ଜିତୁ ଭାଇ, ନାଜିରୁଲ ହାସନ, ଆସିଫ ଭାଇ, ରାଜୁ ଦାସ, ଦୀପକ ଜେନା, ଇସ୍ରାୟାଲ ଖାଁ, ସନ୍ତୋଷ ବେହେରା, ନାଳୀନକାନ୍ତ ଭାଇ , ବାବୁ ଧଳ , ସୁବାସ ମହାରଣା ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
