ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ରାଜରାସ୍ତାରେ ଲଢେଇ ଜୋରଦାର ହେବ -ଵିଜେଡି ଉପସଭାପତି ଅଶୋକ ବେହେରା

କଟକ ସଦର,୦୬/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା):  ଗତ ଅଢେ଼ଇ ବର୍ଷ ଭିତରେ କଟକ ସଦରରେ ଅନ୍ୟାୟ ଓ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ କରି ଆଗାମୀ ଦିନରେ ଏହା ବିରୁଦ୍ଧରେ ରାଜରାସ୍ତାରେ ଲଢେଇ ଜୋରଦାର ହେବ ବୋଲି ଆଜି ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି କଟକ ସଦର ବ୍ଲକ ବିଜୁ ଜନତାଦଳ ଉପସଭାପତି ଅଶୋକ କୁମାର ବେହେରା।

ଏହି ପରିପ୍ରେକ୍ଷୀରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଉପ ସଭାପତି ଦାୟିତ୍ୱ ଦେଇଥିବାରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳ ଚାହିଁଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ୭ ନମ୍ବର ଜିଲ୍ଲାପରିଷଦ ଜୋନରୁ ବିଜେଡ଼ି ପ୍ରାର୍ଥୀ ହେଵେ ବୋଲି ଅଶୋକ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *