ମ୍ୟୁଜିକ୍ ସେଲିବ୍ରେସନ୍ ପକ୍ଷରୁ କିଶୋର କୁମାରଙ୍କ ୯୭ତମ ଜନ୍ମଜୟନ୍ତୀ ପାଳିତ

ରାଉରକେଲା,୦୫/୦୮/୨୦୨୬ (ଓଡ଼ିଶା ସମାଚାର)-ମିଉଜିକ ସେଲିବ୍ରେସନ୍ ତରଫରୁ ରାଉରକେଲା କ୍ଲବ ଠାରେ ପ୍ରସିଦ୍ଧ କିମ୍ବଦନ୍ତୀ ସଙ୍ଗୀତଶିଳ୍ପୀ କିଶୋର କୁମାରଙ୍କ ୯୭ତମ ଜନ୍ମଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅନୁଷ୍ଠାନ ର ମୁଖ୍ୟ ନନ୍ଦନ ମୁଖାର୍ଜୀ ଙ୍କ ଅଧ୍ୟକ୍ଷତା ଓ କବିତା ମାହାତୋ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ, ଗୌତମ ବାଡା, ବନ୍ଦିତା ମାହାତୋ,ଶୈଳେନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ ।

ଏହି ଅବସରରେ ରାଉରକେଲା ମ୍ୟୁଜିକ୍ ସେଲିବ୍ରେସନ୍ ପକ୍ଷରୁ ଏକ ଭବ୍ୟ ସଙ୍ଗୀତ ସନ୍ଧ୍ୟା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କିଶୋର କୁମାରଙ୍କ ଅମର ସଙ୍ଗୀତ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କଳାକାରମାନେ ତାଙ୍କର ଅନେକ ଲୋକପ୍ରିୟ ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଦେଶବ୍ୟାପୀ ଭାବେ ମଧ୍ୟ ଏହି ଅବସରରେ କିଶୋର କୁମାରଙ୍କ ସଙ୍ଗୀତ ଐତିହ୍ୟକୁ ସ୍ମରଣ କରାଯାଇଛି।

ଏହି ଅନୁଷ୍ଠାନର ପ୍ରତିଷ୍ଠାତା , ନିର୍ଦେଶକ  ହିମାଂଶୁ ମହାନ୍ତି କହିଥିଲେ ଯେ, କିଶୋର କୁମାର କେବଳ ଜଣେ ଗାୟକ ନୁହେଁ, ସେ ଭାରତୀୟ ସଙ୍ଗୀତ ଜଗତର ଏକ ଅମର କିମ୍ବଦନ୍ତୀ। ତାଙ୍କ ସୃଷ୍ଟି ଆଜି ମଧ୍ୟ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସମାନ ଭାବେ ଜୀବନ୍ତ ରହିଛି।ଅନ୍ୟ ମାନଙ୍କ ମଧ୍ୟରେ ସ୍ତୁତି ନାୟକ, ଶ୍ରୀକାନ୍ତ ଚୌଧୁରୀ ସୁସ୍ମିତାମୁଖାର୍ଜୀ,ବନୋଜ କୁମାର ଦାସ ଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସଫଳ କରିବାରେସକ୍ରିୟ ସହଯୋଗ କରିଥିଲ । ଉପସ୍ଥିତ ସଙ୍ଗୀତପ୍ରେମୀମାନେ କିଶୋର କୁମାରଙ୍କ ସ୍ମୃତିକୁ ଶ୍ରଦ୍ଧାର ସହ ସ୍ମରଣ କରି ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *