କେନ୍ଦ୍ରାପଡ଼ା,୨୦/୦୯/୨୦୨୬ (ଓଡ଼ିଶା ସମାଚାର)- ବଗଡା ସ୍ପୋର୍ଟସ ଏକାଡେମୀ ପରିସରରେ ମାଇଁ ଭାରତ – ମୋ ଭାରତ ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତର ଏକଶହ ସପ୍ତାହ କାର୍ଯ୍ୟକର୍ମର ଆଜି ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡାର ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା.କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇ ଉଦଘାଟନ କରିଥିବା ବେଳେ ମାଇଁ ଭାରତ -ମୋ ଭାରତର ଜିଲା ଯୁବ ଅଧିକାରୀ ସିଦ୍ଧାର୍ଥ ଯାଦବ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ ସମାଜସେବୀ ତଥା ବରିଷ୍ଠ ଆଇଜୀବୀ ରମଣୀରଞ୍ଜନ ରାଉତରାୟ ଯୋଗଦେଇଥିଲେ । 
ଦିଲ୍ଲିପ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଏକ ଶପଥପାଠ କରାଯାଇଥିବା ବେଳେ ଦସ୍ତଖତ ଅଭିଯାନ ଓ ନିଶାମୁକ୍ତ ନାଟକ ଗୋପାଳ ଦାସ ସ୍ମୃତି କମିଟି ଦ୍ୱାରା ପରିବେଷଣ କରାଯାଇଥିଲା । ମୁଖ୍ୟଅତିଥି ଡା. ମିଶ୍ର ଯୁବକ/ଯୁବତୀମାନଙ୍କୁ ସଚେତନ କରାଇବା ସହ ନିଶା ଠାରୁ କିପରି ଦୂରେଇ ରହିବେ ସେସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ । ଯୁବାମାନେ ହେଉଛନ୍ତି ଦେଶର ଶକ୍ତି, ଆଶା ଓ ଭବିଷ୍ୟତ । ଆଜିର ଯୁବା ଆସନ୍ତାକାଲିର ଭାରତକୁ ଗଢିବେ ।
ତେଣୁ ଏକ ସୁଦୃଢ, ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତ ଗଢିବା ପାଇଁ ଯୁବପିଢୀ ନିଶାମୁକ୍ତ, ସୁସ୍ଥ, ଶିକ୍ଷିତ ଓ ଦକ୍ଷ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମାଇଁ ଭାରତ କର୍ମକର୍ତା ଲକ୍ଷ୍ମୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶକ୍ତିସ୍ୱରୂପ ସାହୁ, ଆହ୍ୱାନ ରାଉତରାୟ, ଭାଗ୍ୟଲକ୍ଷ୍ମୀ ବେହୁରା ଓ ପଦ୍ମମିନିି ସାହୁ ପ୍ରମୁଖ ପରିଚାଳନା କରିଥିଲେ ।
